Connect with us

ଓଡିଶା

ବିଧାନ ପରିଷଦ ଗଠନ ବିରୁଦ୍ଧରେ ଉତ୍କଳ ଭାରତ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ l

ବିଧାନ ପରିଷଦ ଗଠନ ବିରୁଦ୍ଧରେ ଉତ୍କଳ ଭାରତ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ l

ବିଧାନ ପରିଷଦ ଗଠନ ବିରୁଦ୍ଧରେ ଉତ୍କଳ ଭାରତ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ
ସଭାପତି ଖାରବେଳ ସ୍ୱାଇଁଙ୍କ ସମେତ ଶତାଧିକ ଗିରଫ

ଭୁବନେଶ୍ୱର : ଓଡ଼ିଶାରେ ବିଧାନ ପରିଷଦ ଗଠନ ବିରୁଦ୍ଧରେ ମଙ୍ଗଳବାର ଉତ୍କଳ ଭାରତ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ଉଦ୍ୟମ କରାଯାଇଥିଲା । ଏହି ଅବସରରେ ପାର୍ଟିର ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ମାଷ୍ଟର କ୍ୟାଂଟିନ ଛକଠାରୁ ବାହାରି ନବୀନ ନିବାସ ଘେରାଉ ପାଇଁ ଯାତ୍ରା କରିଥିବା ବେଳେ ପୋଲିସ ରାଜମହଲ ଛକଠାରେ ଅଟକାଇ ଗିରଫ କରିଥିଲା । ଏଥିରେ ପାର୍ଟିର ରାଜ୍ୟ ସଭାପତି ଖାରବେଳ ସ୍ୱାଇଁଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଗିରଫ ହୋଇଥିଲେ ।

ଏହି ପରିପ୍ରେକ୍ଷୀରେ ଅନୁଷ୍ଠିତ ପ୍ରଦିବାଦ ସଭାରେ ଶ୍ରୀ ଖାରବେଳ ସ୍ୱାଇଁ କହିଥିଲେ ଯେ, ଦୀର୍ଘ ୧୮ ବର୍ଷ ଧରି ଶାସନ କରୁଥିବା ବିଜେଡି ପକ୍ଷରୁ ଏବେ ବିଧାନ ପରିଷଦ ଗଠନ ପାଇଁ ଯେଉଁ ପ୍ରସ୍ତାବ ବିଧାନ ସଭାରେ ଗୃହୀତ ହୋଇଛି ତାହାର କୌଣସି ଆବଶ୍ୟକତା ନାହିଁ । ରାଜ୍ୟସଭା ପରି ବିଧାନ ପରିଷଦର କୌଣସି କ୍ଷମତା ନାହିଁ । ବିଧାନ ସଭାରେ ଗୃହୀତ ହୋଇଥିବା ଗୋଟିଏ ବିଲ୍କୁ ବିଧାନ ପରିଷଦ କେବଳ ଦୁଇଟି ପର୍ଯ୍ୟାୟରେ ୪ ମାସ ଅଟକାଇପାରିବ । ଏହି ୪ ମାସ ପରେ ଯଦି ବିଧାନ ପରିଷଦ ସେହି ବିଲ୍କୁ ଗୃହୀତ ନକରେ ତା’ହେଲେ ବିଲ୍ଟି ଆପେ ଆପେ ଗୃହୀତ ହୋଇଗଲା ବୋଲି ଧରିନିଆଯାଏ । ରାଷ୍ଟ୍ରପତି ନିର୍ବାଚନରେ ଓ ସମ୍ବିଧାନ ସଂଶୋଧନ କ୍ଷେତ୍ରରେ ବିଧାନ ସଭା ସଦସ୍ୟଙ୍କ ପରି ବିଧାନ ପରିଷଦ ସଦସ୍ୟମାନଙ୍କର କୌଣସି ଭୋଟ ଦେବାର ଅଧିକାର ନାହିଁ । କିନ୍ତୁ ଏମାନେ ବିଧାୟକମାନଙ୍କ ପରି ଦରମା, ଭତା, ପେନସନ, ଘର ଆଦି ସମସ୍ତ ସୁବିଧା ସୁଯୋଗ ପାଇବେ ।

ବିଜେଡିରେ ଦଳର ଟିକେଟ ପାଉନଥିବା ଅବା ନିର୍ବାଚନରେ ହାରିଥିବା ନେତାମାନଙ୍କ ପାଇଁ ଏହା ଏକ ଥଇଥାନ ବ୍ୟବସ୍ଥା ଅଟେ । କଂଗ୍ରେସ ଓ ବିଜେପି ଦଳ ଏହାକୁ ବିରୋଧ ନକରି ବରଂ ପରୋକ୍ଷରେ ସମର୍ଥନ କରୁଛନ୍ତି କାରଣ ସେମାନଙ୍କ ଦଳର କିଛି ନେତା ଏଥିରେ ଥଇଥାନ ହୋଇଯିବେ ବୋଲି ଭାବୁଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା