Connect with us

ଆଞ୍ଚଳିକ

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୪ ତାରିଖରେ ବୌଦ୍ଧ ବନ୍ଦ ଡ଼ାକରା

ସାଙ୍କେତିକ

ବୌଦ୍ଧ ଜିଲାରେ ଷ୍ଟାଫ ନର୍ସ ପଦବୀରେ ସ୍ଥାନୀୟ ନିଯୁକ୍ତି ଦାବୀ କରି ଗଣଧାରଣା
ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ୪ ତାରିଖରେ ବୌଦ୍ଧ ବନ୍ଦ ଡ଼ାକରା
ବୌଦ୍ଧ, ୨ ଫେବୃଆରୀ – ବୌଦ୍ଧ ଜିଲାରେ ୨୮ଟି ଷ୍ଟାଫ ନର୍ସ ପଦବି ପାଇଁ ନିଯୁକ୍ତି ପ୍ରକ୍ରିୟା ଚାଲିଥିବାବେଳେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଭିତିରେ ଏହି ପଦବୀରେ ନିଯୁକ୍ତି ଦେବାକୁ ଦାବି କରି ଜିଲା ମୁଖ୍ୟଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଆରମ୍ଭ କରାଯାଇଛି ।

ସୂଚନା ମୁତାବକ, ଏହି ନିଯୁକ୍ତିରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦେବାକୁ ଓ ଜିଲ୍ଲାରେ ଯୋଗ୍ୟ ପ୍ରାର୍ଥୀ ନମିଳିଲେ ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରାଯିବାକୁ ବିଜ୍ଞାପନ ପ୍ରକାଶ ପାଇଥିଲା । କିନ୍ତୁ ଲିଖିତ ପରୀକ୍ଷାରେ ୭୦% ମାର୍କ ରଖି ସଫଳ ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ନିଯୁକ୍ତି ପ୍ରଦାନ କରାଯିବ କହି ସ୍ଥାନୀୟ ପ୍ରାର୍ଥୀମାନଙ୍କୁ କୌଶଳ କ୍ରମେ ନିଯୁକ୍ତିରୁ ବାଦ୍ ଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହି ପଦବୀ ପାଇଁ ବୌଦ୍ଧ ଜିଲାର ମାତ୍ର ୨୦ ଜଣ ପ୍ରାର୍ଥୀ ଆବେଦନ କରିଥିବାବେଳେ ସମୁଦାୟ ୨୮ ଟି ପଦବୀ ରହିଛି । ତେଣୁ ଜିଲାର ସମସ୍ତ ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ ପରେ ବଳକା ପଦବୀରେ ଅନ୍ୟ ଜିଲାର ପ୍ରାର୍ଥୀଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କ ନିକଟରେ ଦାବି କରାଯାଇଥିଲା । ଲିଖିତ ପରୀକ୍ଷାରେ ବ୍ୟାପକ ଅନିୟମିତତା କରାଯାଇ ଅର୍ଥ କାରବାର ପରେ ବାହାର ଜିଲ୍ଲାର ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରାଯାଇଥିବା ଅଭିଯୋଗ କରି ବୌଦ୍ଧ ଜିଲାର ଆବେଦନକାରୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିରହିଥିଲେ ।

ଏହି ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରୋଗ୍ରାମ ମେନେଜର ନିଯୁକ୍ତି ପ୍ରକିୟାରେ କୌଣସି ଅନିୟମିତତା ହୋଇନଥିବା ଓ ସିବିଏସଟି ପରେ ସ୍ଥାନୀୟ ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଇଥିବା ପ୍ରକାଶ କରୁଥିବାବେଳେ ପ୍ରାର୍ଥୀମାନଙ୍କ ଲିଖିତ ପରୀକ୍ଷାରେ ହିଁ ଅନିୟମିତତା କରାଯାଇ କୌଶଳକ୍ରମେ ସ୍ଥାନୀୟ ପ୍ରାର୍ଥୀମାନଙ୍କୁ ନିଯୁକ୍ତିରୁ ବାଦ୍ ଦିଆଯାଇଥିବା ଅଭିଯୋଗ ହୋଇଛି । ସେମାନଙ୍କ ନ୍ୟାର୍ଯ୍ୟ ଦାବି ଉପରେ ବିଚାର କରାନଗଲା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ପ୍ରାର୍ଥୀମାନେ ନିଷ୍ପତି ଶୁଣାଇ ସାରିଥିବାବେଳେ ସ୍ଥାନୀୟ ସଚେତନ ନାଗରିକମାନେ ଜିଲ୍ଲାପାଳ ଏହି ମାମଲାରେ ହସ୍ତକ୍ଷେପ କରି ନିଯୁକ୍ତି ପ୍ରକ୍ରିୟାର ତଦନ୍ତ କରିବାକୁ ଦାବି କରଛନ୍ତି । ନିଯୁକ୍ତି ପାଇଁ ସ୍ଥାନିୟ ପ୍ରାର୍ଥୀଙ୍କ ଦାବିକୁ ସମର୍ଥନ ଜଣାଇ ସଚେତନ ନାଗରିକ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ସମସ୍ତ ବିଷୟରେ ଆଲୋଚନା କରିବାପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଦ୍ୱାରା ନିଯୁକ୍ତି ପ୍ରକ୍ରିୟାର ତଦନ୍ତ କରାଯିବା ପରେ ନିଯୁକ୍ତି ଫଳ ପ୍ରକାଶନ କରାଯିବ ବୋଲି ପ୍ରତିଶୃତି ଦେଇଥିବା ଜଣାଯାଇଛି ।

ସନ୍ଧ୍ୟାରେ ଅତିରକ୍ତ ଜିଲ୍ଲାପାଳ ଧାରଣାରତ ପ୍ରାର୍ଥୀମାନଙ୍କ ସହିତ ଆଲୋଚନା କରିଥିଲେ ମଧ୍ୟ ଏହା ବିଫଳ ହୋଇଥିବା ଜଣାଯାଇଛି । ତେବେ ସ୍ଥାନୀୟ ପ୍ରାର୍ଥୀଙ୍କୁ ବାଦ୍ ଦେଇ ବାହାର ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଗଲେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ଓ ବାହାର ଜିଲ୍ଲାର ପ୍ରାର୍ଥୀଙ୍କୁ କାର୍ଯ୍ୟରେ ଯୋଗଦେବାକୁ ଦିଆଯିବ ନାହିଁ ବୋଲି ଆନ୍ଦୋଳନକାରୀମାନେ ମତ ପ୍ରକାଶ କରିଛନ୍ତି । ଗୋଟିଏ ପଟେ ନିଯୁକ୍ତି ପାଇଁ ସ୍ଥାନିୟ ପ୍ରାର୍ଥୀଙ୍କ ଦାବିକୁ ସମର୍ଥନ ଜଣାଇ ବିଜେପି ଏବଂ ସିପିଆଇର ନେତାମାନେ ଗଣଧାରଣାରେ ସାମିଲ୍ ହୋଇଛନ୍ତି ।

ଅନ୍ୟପକ୍ଷରେ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଜିଲା ପ୍ରଶାସନ ବେଆଇନ କାମରେ ସଂପୃକ୍ତ ଥିବାରୁ ଜିଲାପାଳ, ସିଡିଏମଓଙ୍କୁ ତୁରନ୍ତ ବଦଳି କରାଯିବାକୁ ଦାବୀ କରାଯିବା ସହ ଆଗାମୀ ୪ ତାରିଖରେ ବୌଦ୍ଧ ଜିଲା ବନ୍ଦ କରାଯିବ ବୋଲି ଜିଲା ସଭାପତି ସୁଶାନ୍ତ ବାଘ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ