Connect with us

ଓଡିଶା

ବିଜେପି ଛାଡ଼ିବେ ଦିଲ୍ଲୀପ ଓ ବିଜୟ

ସାଙ୍କେତିକ ଚିତ୍ର

ବିଜେପି ଛାଡ଼ିବେ ଦିଲ୍ଲୀପ ଓ ବିଜୟ
ଭୁବନେଶ୍ୱର,୨୯ା୧୧ : ବିଜେଡ଼ି ଦଳର ବରିଷ୍ଠ ନେତା ବିଜୟ ତଥା ବିଧାୟକ ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର ଦଳରୁ ଇସ୍ତଫା ଦେବା ପାଇଁ ନିଷ୍ପତି ନେଇଛନ୍ତି । ଏ ସମ୍ପର୍କରେ ବିଧିବଦ୍ଧ ଭାବେ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରି ଜଣାଇବେ ବୋଲି ବିଜୟ ମହାପାତ୍ର ସୂଚନା ଦେଇଛନ୍ତି । ଏହି ଇସ୍ତଫା ନେଇ ଦୁହେଁ ଆଲୋଚନା କରିଛନ୍ତି । ଆଜି ମଧ୍ୟ ସେ ସମ୍ପର୍କରେ ଉଭୟ ଆଲୋଚନା କରିଥିଲେ ।

ଦିଲ୍ଲୀପ ରାୟଙ୍କର କହିବା ଅନୁଯାୟୀ ତାଙ୍କର ମୁଖ୍ୟତଃ ଦୁଇଟି ଦାବି ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ କରିବା ଏବଂ ଆଇଜିଏଚ ହସ୍ପିଟାଲକୁ ସୁପର ସ୍ପେସିଆଲିଷ୍ଟ ହସ୍ପିଟାଲରେ ପରିଣତ କରିବା ପାଇଁ ବାରମ୍ବାର ଦାବି କରି ଆସୁଥିଲେ । ଏହି ଦୁଇଟି ଦାବି ପୂରଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତଶ୍ରୁତି ଦେଇଥିଲେ । ମାତ୍ର ତାହା ପୂରଣ କରାଯାଇନାହିଁ । ଏହି ଦାବି ପୂରଣ କରାଯାଇନଥିବାରୁ ଦଳରୁ ଇସ୍ତଫା ଦେବା ପାଇଁ ବାଧ୍ୟ ହୋଇଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।

ଶ୍ରୀ ମହାପାତ୍ରଙ୍କର କହିବା ଅନୁଯାୟୀ ସେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ କମିଟିର ସଭ୍ୟ ଥିଲେ ହେଁ ତାଙ୍କୁ ଜିଲ୍ଲା କମିଟିରେ ରଖାଯାଇନାହିଁ । ଆଇଓସିଏଲରେ ତାଙ୍କ ନିର୍ବାଚନ ମଣ୍ଡଳୀରୁ କୌଣସି ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଆଗଲା ନାହଁ । ଏହା ଦଳ ପକ୍ଷରୁ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ଅବହେଳା କରାଯାଇଛି । ଦୁଇ ବର୍ଷ ହେଲା ତାଙ୍କୁ ଦଳରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ସାମିଲ କରାଯାଇନାହିଁ । ଇସ୍ତଫା ଦେବା ପରେ ଅନ୍ୟ କୌଣସି ରାଜନୈତିକ ଦଳରେ ଯୋଗ ଦେବେ ବୋଲି ପ୍ରଶ୍ନ ହେବାରୁ ସେ କହିଥିଲେ ଯେ, ବର୍ତମାନ ସେ ସମ୍ପର୍କରେ ନୀତିଗତ ଭାବେ ଆଲୋଚନା କରାଯାଇନାହିଁ । ପରବର୍ତୀ ସମୟରେ ଜଣେଇ ଦିଆଯିବ ବୋଲି ସେ କହିଥିଲେ ।

ବିଜେଡ଼ି ଦଳରେ ଯୋଗ ଦେବା କହିବାରୁ ସେ ରୋକଠୋକ୍ ମନା କରିଦେଇଥିଲେ । ସୂଚନାଯୋଗ୍ୟ ଯେ, ଉଭୟ ଶ୍ରୀ ରାୟ ଏବଂ ମହାପାତ୍ର ଦଳ ଛାଡ଼ିବା ନେଇ ରାଜନୀତି ମହଲରେ ଗତ କିଛି ଦିନ ହେଲା ଚର୍ଚ୍ଚା ହେଉଥିବା ଦେଖାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା