Connect with us

ଓଡିଶା

ବିଜେପି ଛାଡିଲେ ଦିଲ୍ଲୀପ,ବିଜୟ

ସାଙ୍କେତିକ ଚିତ୍ର

ବିଜେପି ଛାଡିଲେ ଦିଲ୍ଲୀପ,ବିଜୟ
ବାଚସ୍ପତିଙ୍କୁ ଭେଟି ଇସ୍ତଫାପତ୍ର ଦେଲେ ଦିଲ୍ଲୀପ
ଭୁବନେଶ୍ୱର,୩୦ା୧୧ : ବିଜେପିର ବରିଷ୍ଠ ବିଧାୟକ ଦିଲ୍ଲୀପ ରାୟ ଏବଂ ଦଳର ଜାତୀୟ କାର୍ଯ୍ୟକାରୀ କମିଟିର ସଭ୍ୟ ବିଜୟ ମହାପାତ୍ର ଦଳରୁ ଇସ୍ତଫା ଦେଇଛନ୍ତି । ବିଧାୟକ ଶ୍ରୀ ରାୟ ବିଧାୟକ ପଦବୀ ଏବଂ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଥିବା ବେଳେ ଶ୍ରୀ ମହାପାତ୍ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ରାୟ ଶୁକ୍ରବାର ପୂର୍ବାହ୍ନରେ ବିଧାନସଭାକୁ ଯାଇ ବାଚସ୍ପତିଙ୍କୁ ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବାଚସ୍ପତି ଶ୍ରୀ ପ୍ରଦୀପ ଅମାତ୍ ଏହି ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ଇସ୍ତଫାପତ୍ର ଦେଇଛନ୍ତି ବୋଲି ସେ କହିଥିଲେ । ସେହିପରି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହାଙ୍କ ନିକଟକୁ ସେ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି 

ସେହିପରି ଶ୍ରୀ ମହାପାତ୍ର ମଧ୍ୟ ତାଙ୍କର ଇସ୍ତଫା ପତ୍ର ଶ୍ରୀ ଶାହାଙ୍କ ନିକଟକୁ ନିଜର ଇସ୍ତଫା ପଠାଇଛନ୍ତି । ଅ।ଇଜିଏଚକୁ ସୁପର ସ୍ପେଶାଲିଟି ହସ୍ପିଟାଲ କରିବା ଏବଂ ବ୍ରାହ୍ମଣୀ ଉପରେ ଦ୍ୱିତୀୟ ସେତୁ ପ୍ରସଙ୍ଗକୁ ନେଇ ଦିଲ୍ଲୀପ ଲଗାତର ଭାବେ ନିଜ ଅସନ୍ତୋଷ ଜାହିର କରି ଅ।ସୁଥିଲେ । ସେ ଦଳରୁ ଇସ୍ତଫା ଦେବେ ବୋଲି ଦୀର୍ଘ ଦିନ ଧରି ଚର୍ଚ୍ଚା ଲାଗି ରହିଥିଲା । ତେବେ ଶୁକ୍ରବାର ସବୁ ଚର୍ଚ୍ଚାର ଅନ୍ତ ଘଟାଇ ଦିଲ୍ଳୀପ ଦଳରୁ ଏବଂ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ବାଚସ୍ପତି ତାଙ୍କ ଇସ୍ତଫା ଗ୍ରହଣ କରିବା ପରେ ତାହା ଗ୍ରହଣ ହୋଇଛି ଏବଂ ଏନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି । ଓଡିଶା ବିଧାନସଭାର ୧୨ ନମ୍ବର ନିର୍ବାଚନ ମଣ୍ଡଳୀ ରାଉରକେଲାରୁ ଦିଲୀପ ରାୟ ଇସ୍ତଫା ଦେଇଛନ୍ତି । ତାହାକୁ ବାଚସ୍ପତି ଗ୍ରହଣ କରିଛନ୍ତି । ଏଥିଯୋଗୁଁ ସମ୍ପୃକ୍ତ ଆସନ ଫାଙ୍କା ରହିଲା ବୋଲି ଉକ୍ତ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ତାଙ୍କ ସହ ବରିଷ୍ଠ ନେତା ବିଜୟ ମହାପାତ୍ର ମଧ୍ୟ ଇସ୍ତଫା ଦେଇଛନ୍ତି । ବର୍ତମାନ ଉଭୟେ କେଉଁ ଦଳରେ ଯୋଗ ଦେବେ ବା ସେମାନଙ୍କ ଆଗାମୀ କାର୍ଯ୍ୟପନ୍ଥା କଣ ରହିବ ସେନେଇ କୌଣସି ଘୋଷଣା କରି ନାହାନ୍ତି ।

ବିଧାନସଭା ବାଚସ୍ପତିଙ୍କୁ ଇସ୍ତଫା ଦେବା ପରେ ଦିଲୀପ ସିଧା ବିମାନ ବନ୍ଦର ଦେଇ ଆମେରିକା ଅଭିମୁଖେ ଗସ୍ତ କରିଛନ୍ତି । ତେବେ ଆଗାମୀ ନିର୍ବାଚନରେ ସେ ରାଉରକେଲାରୁ ଲଢିବେ ନାହିଁ ବୋଲି ଜଣାଇଛନ୍ତି । ସେହିପରି ବିଜୟ ଇସ୍ତଫା ଦେବା ନେଇ ଗଣମାଧ୍ୟମକୁ ଜଣାଇଥିଲେ ହେଁ ଆଗାମୀ ନିଷ୍ପତି ସମ୍ପର୍କରେ କୌଣସି ସୂଚନା ଦେଇ ନାହାନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା