Connect with us

ଓଡିଶା

ବିଜେପିର ବିଧାନସଭା ସଙ୍ଗଠନରେ ଘୋର ଅସନ୍ତୋଷ ଓ ନିରାଶ ପ୍ରାର୍ଥୀଙ୍କ ଭଙ୍ଗାରୁଜା ଏବଂ ପ୍ରତିବାଦ I

ସାଙ୍କେତିକ

ବିଜେପିର ବିଧାନସଭା ସଙ୍ଗଠନରେ ଘୋର ଅସନ୍ତୋଷ ଓ ନିରାଶ ପ୍ରାର୍ଥୀଙ୍କ ଭଙ୍ଗାରୁଜା ଏବଂ ପ୍ରତିବାଦ I
ଭୁବନେଶ୍ୱର – କୋରାପୁଟର ଲକ୍ଷ୍ମୀପୁର ସ୍ଥିତ ବିଜେପି କାର୍ଯ୍ୟାଳୟରେ ଅସନ୍ତୁଷ୍ଟଙ୍କ ଭଙ୍ଗାରୁଜା I କୁମୁଦ ସାୱନ୍ତଙ୍କୁ ପ୍ରାର୍ଥୀ କରିଥିବାରୁ ବିପିନକୁମାର ମଂଡଙ୍ଗୀଙ୍କ ସମର୍ଥକ ମାନେ ଭଙ୍ଗ ରୁଜା କରିଥିଲେ I ଭଦ୍ରଖ ଜିଲ୍ଲାରେ ମଧ୍ୟ ବିଜେପି ପ୍ରାଥୀତ୍ୱ କୁ ନେଇ ଅସନ୍ତୋଷ ଦେଖାଦେଇଛି I ବାସୁଦେବପୁରରେ ମାଧବାନନ୍ଦ ମଲ୍ଲିକଙ୍କ ପ୍ରାଥୀତ୍ୱକୁ ବିରୋଧ କରି ସେଠାରୁ ଆଶାୟୀ ଥିବା ଦୀନବନ୍ଧୁ ପତିଙ୍କ ଘରେ ବିଜେପିର ସ୍ଥାନୀୟ ନେତାଙ୍କ ବୈଠକ କରିଛନ୍ତି I ଦିଗପହଣ୍ଡି ପ୍ରାର୍ଥୀ ଚୟନକୁ ନେଇ ଅସନ୍ତୋଷ ଦେଖାଦେଇଛି ସେଠାରେ ଅଭିନେତ୍ରୀ ପିଙ୍କି ପ୍ରଧାନ ଙ୍କୁ ପ୍ରାଥୀ କରାଯାଇଥିବାରୁ ଅନ୍ୟତମ ଟିକେଟ ଆଶାୟୀ ଉତ୍ତମ ପାଣିଗ୍ରାହୀ ସ୍ୱାଧୀନ ଭାବରେ ଲଢ଼ିବେ ବୋଲି ସଜବାଜ ହଉଛନ୍ତି I ଆଜି ପୁଣି ରାଜ୍ୟ କାର୍ଯ୍ୟାଳୟରେ ଅମୀୟ ଦାସଙ୍କ ସମର୍ଥକ ମାନେ ତାଲା ପକାଇଦେଇ ଧାରଣାରେ ବସିଛନ୍ତି I ସେମାନଙ୍କୁ ସହଯୋଗ କରୁଛନ୍ତି ଆଳିର ଆଶାୟୀ ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ପଣ୍ଡାଙ୍କ ସମର୍ଥକ ମାନେ I ଅନେକାଂଶ ସ୍ଥାନରେ ଅସନ୍ତୋଷ ଓ ସମର୍ଥକଙ୍କ ମଧ୍ୟରେ ମେଳି ହାଉଥିବାରୁ ଆସନ୍ତା ନିର୍ବାଚନରେ ଦଳ ବିପର୍ଯୟର ସମ୍ମୁଖୀନ ହେବ ବୋଲି ଦଳିଯାନେତାମାନେ କୁହ କୁହି ହେଲେଣି I

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା