Connect with us

ଓଡିଶା

ବିଜେପିରେ ଯୋଗ ଦେଲେ ସୋନାଲୀ ସାହୁ

ସାଙ୍କେତିକ

ବିଜେପିରେ ଯୋଗ ଦେଲେ ସୋନାଲୀ ସାହୁ
ଭୁବନେଶ୍ୱର,୧୨ ଏପ୍ରିଲ – ଗତକାଲି ଦଳ ଛାଡିଥିବା କଂଗ୍ରେସ ମୁଖପାତ୍ର ଶ୍ରୀମତୀ ସୋନାଲୀ ସାହୁ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଡ.ଗିରିଧର ଗମାଙ୍ଗୋଙ୍କ ଉପସ୍ଥିତିରେ ସେ ବିଜେପିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି ।
କଂଗ୍ରେସ ଦଳରେ ଗଣତନ୍ତ୍ର ବୋଲି କିଛି ନାହିଁ । ରାଜ୍ୟରେ କଂଗ୍ରେସ ଓ ଶାସକ ବିଜେଡି ମଧ୍ୟରେ ସଲାସୁତୁରା ହୋଇଛି । ଅନ୍ୟ ପଟେ ବିଜେପି ହିଁ ଏକମାତ୍ର ବିକଳ୍ପ ଭାବେ ରାଜ୍ୟରେ ଶାସକ ବିଜେଡିକୁ ପ୍ରତିରୋଧ କରିପାରିବ ବୋଲି ଶ୍ରୀମତୀ ସାହୁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ଅବସରରେ ବରିଷ୍ଠ ନେତା ବିଭୁ ତରାଇ, ଯୁବମୋର୍ଚ୍ଚା ରାଜ୍ୟ ଟଙ୍କଧର ତ୍ରିପାଠୀ, ରାଜେନ୍ଦ୍ର ପଣ୍ଡା, ଶ୍ରୀତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା