Connect with us

ମନୋରଞ୍ଜନ

ବିଜେପିକୁ କଟାକ୍ଷ କରି ନୂଆ ବିବାଦ ସୃଷ୍ଟି କଲେ ସ୍ୱରା l

ବିଜେପିକୁ କଟାକ୍ଷ କରି ନୂଆ ବିବାଦ ସୃଷ୍ଟି କଲେ ସ୍ୱରା l

ବିଜେପିକୁ କଟାକ୍ଷ କରି ନୂଆ ବିବାଦ ସୃଷ୍ଟି କଲେ ସ୍ୱରା ; ଗାନ୍ଧୀଙ୍କ ହତ୍ୟା ପରେ ଦେଶରେ ଉତ୍ସବ ମନାଉଥିଲେ ଏମାନେ !
ମୁମ୍ବାଇ: କେବେ ନିଜର ବିବାଦୀୟ ଚଳଚ୍ଚିତ୍ର ପାଇଁ ତ କେବେ ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହିବା ଅଭିନେତ୍ରୀ ସ୍ୱରା ଭାସ୍କରଙ୍କର ଏକ ନିତିଦିନିଆ କଥା । କିଛିଦିନ ତଳେ ସ୍ୱରା ଭାରତୀୟ ସେନାର ଯବାନଙ୍କ ସଂପର୍କରେ ଓଲଟାସିଧା ମତ ଦେଇ ସୋସିଆଲ୍‌ ମିଡିଆରେ ରହିଥିବା ବେଳେ ପୁଣି ଏକ ଚଳଚ୍ଚିତ୍ରରେ ଆପତ୍ତିଜନକ ଦୃଶ୍ୟକୁ ନେଇ ବିବାଦକୁ ଟାଣି ଆଣିଥିଲେ ସ୍ୱରା । ଏବେ ସ୍ୱରା କଟାକ୍ଷ କରିଛନ୍ତି ବିଜେପିକୁ ।

ସ୍ୱରା ନିକଟରେ ଦିଲ୍ଲୀରେ ଗଣମାଧ୍ୟମରେ ନିଜର ସାକ୍ଷାତ୍କାର ପାଇଁ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି l ‘ଏହି ଦେଶରେ ମହାତ୍ମା ଗାନ୍ଧୀଙ୍କ ପରି ବ୍ୟକ୍ତିଙ୍କ ହତ୍ୟା ହୋଇଛି। ସେ ସମୟରେ ବି ଲୋକେ ତାଙ୍କ ମୃତ୍ୟୁର ଖୁସି ମନାଉଥିଲେ। ଆଜି ସେଇମାନେ କ୍ଷମତାରେ ଅଛନ୍ତି। ସେ ସମସ୍ତଙ୍କୁ ଜେଲ୍‌ରେ ପୂରାଇ ଦେବା ଉଚିତ କି? ନା, ନା? ନିଶ୍ଚିତ ଭାବେ ନା। ସ୍ୱରାଙ୍କ ଏପରି ଆକ୍ଷେପ ବିଜେପି ସରକାରଙ୍କୁ କରିଥିବା ସ୍ପଷ୍ଟ ବାରିହୋଇ ଯାଉଛି l

Click to comment

Leave a Reply

Your email address will not be published. Required fields are marked *

More in ମନୋରଞ୍ଜନ