Connect with us

ଓଡିଶା

ବିଜେଡିରେ ମିଶିଲେ ପୂର୍ବତନ ଅଧିକାରୀ ,ଅଧ୍ୟାପକ ଓ କଳାକାର

ସାଙ୍କେତିକ

ବିଜେଡିରେ ମିଶିଲେ ପୂର୍ବତନ ଅଧିକାରୀ ,ଅଧ୍ୟାପକ ଓ କଳାକାର
ଭୁବନେଶ୍ୱର,୨୨ଫେବୃଆରୀ – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଆଜି ଅବସରପ୍ରାପ୍ତ ଅଧ୍ୟାପକ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ବ୍ୟାଙ୍କ ଅଧିକାରୀ ଓ କଳାକାରଙ୍କ ସମେତ ୫୦ରୁ ଊଦ୍ଧ୍ୱର୍ ବୁଦ୍ଧିଜୀବୀ ନବୀନ ନିବାସରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ସାଲେପୁର ଅଂଚଳର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ବ୍ରହ୍ମାନନ୍ଦ ଶତପଥୀଙ୍କ ସୁପୁତ୍ର ତଥା ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ, ସ୍ତମ୍ଭକାର ଶ୍ରୀ ଗିରିଶ ଚନ୍ଦ୍ର ଶତପଥୀ, ଅବସରପ୍ରାପ୍ତ ଅଧ୍ୟାପିକା ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଡ. ସୁଲୋଚନା ଦାସ, ପ୍ରଫେସର ଡ. କପିଳେଶ୍ୱର ମିଶ୍ର, ଓଡ଼ିଶା ହାଇକୋର୍ଟ ଆଇନଜୀବୀ ଶ୍ରୀ ଜୟନ୍ତ କୁମାର ବିଶ୍ୱାଳ, ଆଇନଜୀବୀ କିରଣ ରାଉତ, ପ୍ରଫେସର ଜୟକୃଷ୍ଣ ମହାନ୍ତ, ପ୍ରଫେସର ବିଜୟ କୁମାର ଟପ୍ପୋ, ଅବସରପ୍ରାପ୍ତ ଆଡିସନାଲ ଡିଜି ପୋଲିସ ଶ୍ରୀ ଗୋପବନ୍ଧୁ ମଲ୍ଲିକ, ଭୁବନେଶ୍ୱର ଜିଲ୍ଲା ଲାୟନ ଗଭର୍ଣ୍ଣର ବିଶ୍ୱନାଥ ମହାନ୍ତି, ଅବସରପ୍ରାପ୍ତ ସିଡିପିଓ ଛବି ମହାନ୍ତି, ଅବସରପ୍ରାପ୍ତ ସିଆରଆରଆଇ ଅଧିକାରୀ ସୁରେନ୍ଦ୍ର ନାଥ ରାଉତ, ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ‘ମୋକ୍ଷ’ର ଅଧ୍ୟକ୍ଷା ଡ. ସୁଜାତା ମିଶ୍ର, ଅର୍ଥନୈତିଜ୍ଞ ପ୍ରଫେସର ଡ. ହରିଶ ଚନ୍ଦ୍ର ନାୟକଙ୍କ ସମେତ ବହୁ ବୁଦ୍ଧିଜୀବୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳରେ ଯୋଗଦାନ କରିଛନ୍ତି ।

ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ବିଜେଡିରେ ଯୋଗଦେଇଥିବା ସମସ୍ତ ଅବସରପ୍ରାପ୍ତ ପଦାଧିକାରୀ ଓ ବୁଦ୍ଧିଜୀବୀମାନଙ୍କୁ ଶ୍ରୀ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଏହି ବୁଦ୍ଧିଜୀବୀ ଓ ବରିଷ୍ଠ ନାଗରିକମାନଙ୍କ ଯୋଗଦାନ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି କରିବ ।
ଉକ୍ତ ଯୋଗଦାନ କାର୍ଯ୍ୟକ୍ରମରେ ମହିଳା ସମବାୟ ଉନ୍ନୟନ ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ବିଜୁ ଜନତା ଦଳ ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ସଦସ୍ୟ ପ୍ରଶାନ୍ତ କୁମାର ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା