Connect with us

ଆମ ଖବର

ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାକୁ ନେଇ ବିବାଦ l

ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାକୁ ନେଇ ବିବାଦ l

ଅର୍ଥ, ସ୍ୱାସ୍ଥ୍ୟ ବିଭାଗ ତଥ୍ୟରେ ନାହିଁ ତାଳମେଳ
ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାକୁ ନେଇ ବିବାଦ
ଭୁବନେଶ୍ୱର,୫ା୯: ରାଜ୍ୟସରକାରଙ୍କ ନିଜସ୍ୱ ଯୋଜନା ବୋଲି କୁହାଯାଉଥିବା ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ କେନ୍ଦ୍ରୀୟ ଅନୁଦାନ ରହିଛି ବୋଲି ଖୋଦ ରାଜ୍ୟ ଅର୍ଥ ବିଭାଗର ପ୍ରମୁଖ ସଚିବ ତୁହିନକାନ୍ତ ପାଣ୍ଡେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଓଡିଶା ସରକାରଙ୍କ ନିଜସ୍ୱ ସମ୍ବଳରେ ଏକ ପ୍ରାୟୋଜିତ କାର୍ଯ୍ୟକ୍ରମ । ଏହି ଯୋଜନା ପାଇଁ କୌଣସି କେନ୍ଦ୍ରୀୟ ସହାୟତା ନାହିଁ । କେତେକ ଗଣମାଧ୍ୟମରେ ଭୁଲ୍ ଧାରଣା ସୃଷ୍ଟି ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ ସ୍ପଷ୍ଟୀକରଣ ଦିଆଯାଇଛି ।

ବୁଧବାର ଦିନ ଅତିରିକ୍ତ ବଜେଟ ଉପସ୍ଥାପନ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କ ପ୍ରଶ୍ନ ର ଉତର ଦେଇ ଶ୍ରୀ ପାଣ୍ଡେ କହିଥିଲେ ଯେ, ଏହି ଯୋଜନାରେ ସମୁଦାୟ ୨ ହଜାର ୭୫ କୋଟିଟଙ୍କାର ବ୍ୟୟ ବରାଦ କରାଯାଇଛି । ଯେଉଁଥିରେ କେନ୍ଦ୍ର ମୋଦି ସରକାରଙ୍କର ୭୦୦ କୋଟି ଅଂଶ ବାବଦରେ ରହିଛି । ଯେଉଁଥିରେ ନିରାମୟ ଓ ନିଦାନ ପରି ଯୋଜନା ଅନ୍ତର୍ଭୁକ୍ତ ଅଛି ବୋଲି ସେ କହିଥିଲେ । ଏଠାରେ ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀଙ୍କ ଅ ।ୟୁଷ୍ମାନ ଯୋଜନା ବା ମୋଦି କେୟାରଙ୍କୁ ରାଜ୍ୟ ସରକାର ଗ୍ରହଣ କରିବାକୁ ମନା କରିବା ସହ ଅଗଷ୍ଟ୧୫ ତାରିଖରୁ ନିଜସ୍ୱ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ କରିଥିଲେ । ଯାହାକୁ ନେଇ କେନ୍ଦ୍ର ଓ ରାଜ୍ୟ ଏକପ୍ରକାର ମୁହାଁମୁହିଁ ହେବାସହ ମନ୍ତ୍ରୀମାନଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା । ଏହି ଘଟଣାକୁ ଚର୍ଚ୍ଚା ଅ ।ଲୋଚନା ·ଲିଥିବା ବେଳେଅର୍ଥ ସଚିବ ଶ୍ରୀ ପାଣ୍ଡେ ଏହା ଅମ୍ବ୍ରେଲା ଯୋଜନା ବୋଲି କହିଛନ୍ତି ।

ମାତ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆଯାଇଥିବା ସ୍ପଷ୍ଟକରଣରେ କୁହାଯାଇଛି ଯେ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଜାତୀୟ ସ୍ୱାସ୍ଥ୍ୟ ମିଶନ ବାବଦରେ ଉଲ୍ଲେଖ କରିଥିଲେ । ଦେଶରେ ବିଭିନ୍ନ ଜନସ୍ୱାସ୍ଥ୍ୟ ଯୋଜନାର ରୂପାୟନ ନିମନ୍ତେ ଜାତୀୟ ସ୍ୱାସ୍ଥ୍ୟ ମିଶନ ସ୍ୱତନ୍ତ୍ର ଭାବେ କାର୍ଯ୍ୟ କରୁଛି ଏବଂ ଏହା ଆରମ୍ଭ ହେବା ଠାରୁ ଦେଶର ବିଭିନ୍ନ ରାଜ୍ୟକୁ ମିଶନ ଅଧୀନସ୍ଥ ଯୋଜନାଗୁଡିକୁ ସହାୟତା ଦିଆଯାଉଥିବା ବେଳେ ସେ ବାବଦରେ ଓଡିଶାକୁ ପ୍ରାୟ ୭୮୫ କୋଟି ଟଙ୍କା ମିଳିଛି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚଳିତ ଆର୍ଥିକ ବର୍ଷ ମୋଟ ୧୦୦୩.୫୨ କୋଟି ଟଙ୍କା ବ୍ୟୟ ହେବ ବୋଲି ଉକ୍ତ ବିଜ୍ଞପ୍ତିରେ କୁହାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର