Connect with us

ଅପରାଧ

ବାଚସ୍ପତିଙ୍କୁ ଚିଠିଲେଖି କ୍ଷମା ପ୍ରାର୍ଥନା କଲେ ଅଭିଜିତ୍

ସାଙ୍କେତିକ ଚିତ୍ର

ବାଚସ୍ପତିଙ୍କୁ ଚିଠିଲେଖି କ୍ଷମା ପ୍ରାର୍ଥନା କଲେ ଅଭିଜିତ୍
ଭୁବନେଶ୍ୱର,୧୧ା୧୦ : ଓଡିଶା ବିଧାନସଭାର ବିଧାୟକ ମାନଙ୍କ ପ୍ରତି ଦେଇଥିବା ଆକ୍ଷେପମୂଳକ ମନ୍ତବ୍ୟ ସେମାନଙ୍କ ସ୍ୱାଧୀକାର ଏବଂ ଗୃହର ମର୍ଯ୍ୟାଦାକୁ କ୍ଷୂର୍ଣ୍ଣ କରିଥିବାରୁ ଅଭିଜିତ୍ ଆୟାର ମିତ୍ର ଙ୍କ ବିରୁଦ୍ଧରେ ଅଣାଯାଇଥିବା ସ୍ୱାଧୀକାର ଭଙ୍ଗ ପ୍ରସ୍ତାବର ବିଚାର ପାଇଁ ଗୃହ କମିଟି ଗୁରୁବାର ଅଭିଜିତଙ୍କୁ ହାଜର ହେବା ପାଇଁ ସମନ ଜାରୀ କରାଯାଇଥିଲା । ମାତ୍ର ସେ ହାଜର ହୋଇନାହାନ୍ତି ।

ଅପରପକ୍ଷରେ ଅଭିଜିତ୍ ତାଙ୍କ ମନ୍ତବ୍ୟ ଅକ୍ଷମଣୀୟ ଅପରାଧ ବୋଲି କହିବାସହ ଏଥିପାଇଁ କ୍ଷମାପ୍ରାର୍ଥନା କରିଛନ୍ତି । ଏଥିଲାଗି ସେ ବିଧାନସଭା ବାଚସ୍ପତିଙ୍କ ନିକଟକୁ ଏ ପତ୍ର ପଠାଇଛନ୍ତି । ଏହି ପତ୍ରକୁ ବିଧାନସଭା ସଚିବଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ପତ୍ରରେ ଅଭିଜିତ୍ ଉଲ୍ଲେଖ କରିଛନ୍ତି ଯେ, ମୁଁ ଅକ୍ଷମଣୀୟ ଅପରାଧ କରିଛି । ତାଙ୍କୁ ଏଥିପାଇଁ କ୍ଷମା ଦିଆଯିବାକୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଗୃହ କମିଟିର ଅଧ୍ୟକ୍ଷ ନରସିଂହ ମିଶ୍ର ଏସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ ଆୟାର ପଠାଇଥିବା ପତ୍ର ବିଧାନସଭା ସଚିବଙ୍କ ହସ୍ତଗତ ହୋଇଛି । ଓଡିଶାରେ ବାତ୍ୟା ପାଇଁ ଟ୍ରେନ୍ ଓ ବିମାନ ବାତିଲ ହୋଇଥିବାରୁ ସେ ଆସିପାରି ନଥିବାର ଅନୁମାନ କରାଯାଇଛି । ମେଲ୍ ମାଧ୍ୟମରେ ଅଭିଜିତ୍ ଉପସ୍ଥିତ ହେବେ ବୋଲି ଜଣାଇଥିଲେ ହେଁ ସେ ଆସିନଥିଲେ । ତେବେ ଗୃହି କମିଟିରେ ଧାର୍ଯ୍ୟ ଦିନରେ ହାଜର ହୋଇପାରିବେନି ବୋଲି ଗୁରୁବାର ଆଉ ଏକ ଚିଠି ଲେଖିଛନ୍ତି । ତାଙ୍କ ଆବେଦନକୁ ବିଚାରକୁ ନିଆଯିବନାହିଁ କିମ୍ବା କ୍ଷମା ଦିଆଯାଇପାରିବନାହିଁ । କମିଟି ନିକଟରେ ସଶରୀରରେ ଉପସ୍ଥିତ ହେବାକୁ ପଡିବ ।

ଆସନ୍ତା ୨୩ ତାରିଖ ପୂର୍ବାହ୍ନ ୧୧ଟାରେ ଗୃହ କମିଟି ନିକଟରେ ହାଜର ହେବା ପାଇଁ ପୁନର୍ବାର ଏକ ନୋଟିସ୍ ଜାରୀ କରାଯିବ । ପୋଲିସ୍ ଡିଜି ଏହି ନୋଟିସ୍ ଜାରୀ କରିବେ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଆଜିର ବୈଠକରେ କମିଟିର ସଦସ୍ୟ କନକ ବର୍ଦ୍ଧନ ସିଂହଦେଓ , ପ୍ରମିଳା ମଲ୍ଲିକ , ଅରୁଣ ସାହୁ , ସଂଜୟ ଦାଶବର୍ମା , ଦେବୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ