Connect with us

ବିଦେଶ

ବଡ ଦୁର୍ଘଟଣାରୁ ବର୍ତ୍ତିଲା ୠଷର ରକେଟ

ସାଙ୍କେତିକ ଚିତ୍ର

ବଡ ଦୁର୍ଘଟଣାରୁ ବର୍ତ୍ତିଲା ୠଷର ରକେଟ
ସମସ୍ତ କ୍ରୁ ସଦସ୍ୟ ସୁରକ୍ଷିତ
ନୂଆଦିଲ୍ଲୀ,୧୧ା୧୦ : ଋଷିଆ ଏବଂ ଆମେରିକାର ଦୁଇ ମହାକାଶ ଯାତ୍ରୀଙ୍କୁ ନେଇ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯାଉଥିବା ଏକ ବୁଷ୍ଟର ରକେଟ୍ ଇଞ୍ଜିନ୍ ଗୁରୁବାର ମଝି ଆକାଶରେ ଖରାପ ହୋଇଯିବାରୁ ଉଭୟ ମହାକାଶ ଯାତ୍ରୀଙ୍କୁ ଜରୁରୀ ଅବତରଣ କରିବାକୁ ପଡିଛି । ଉଭୟ ମହାକାଶ ଯାତ୍ରୀ ସୁରକ୍ଷିତ ଅଛନ୍ତି ଓ ରେଡିଓ ସହ ସମ୍ପର୍କରେ ଅଛନ୍ତି ବୋଲି ଆମେରିକା ମହାକାଶ ଗବେଷଣା ପ୍ରତିଷ୍ଠାନ (ନାସା) ପକ୍ଷରୁ କୁହାଯାଇଛି । ସେମାନେ ଭୂପୃଷ୍ଠରେ କେଉଁଠି ଓହ୍ଲାଇବେ ତାହା ଅନୁମାନ କରାଯାଇ ଉଦ୍ଧାରକାରୀ ଦଳଙ୍କୁ ସେଠାକୁ ପଠାଯାଇଛି ବୋଲି ସୂଚନା ଦିଆଯାଇଛି ।

ବୁଷ୍ଟର ରକେଟରେ ଆମେରିକା ମହାକାଶ ଯାତ୍ରୀ ନିକି ହାଗୁଇ ଏବଂ ଋଷିଆର ଆଲେକ୍ସି ଓଭିଚିନ୍ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯାଉଥିଲେ । କାଜାକସ୍ତାନର ବାଇକୋନୁ କସମୋ ଡ୍ରୋମରୁ ଗୁରୁବାର ଏହି ବୁଷ୍ଟର ରକେଟକୁ ଉତକ୍ଷେପଣ କରାଯାଇଥିଲା । ଉତକ୍ଷେପଣର ମାତ୍ର କିଛି ସମୟ ପରେ ରକେଟର ଇଞ୍ଜିନରେ ତ୍ରୁଟି ଦେଖାଦେବା ସହ କାମ କରିବା ବନ୍ଦ କରି ଦେଇଥିଲା । ଫଳରେ ଉଭୟ ମହାକାଶ ଯାତ୍ରୀଙ୍କୁ ଜରୁରୀ ଅବତରଣ କରିବାକୁ ପଡିଛି । ରକେଟ୍ ଭିତରୁ ଉତ୍ତୋଳିତ ଭିଡିଓ ଫୁଟେଜରୁ ଉଭୟ ମହାକାଶ ଯାତ୍ରୀ ଭୟଭୀତ ଥିବା ଜଣାପଡୁଥିଲା ।

ଉତକ୍ଷେପଣର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିଲା ଓ ସଫଳତାର ସହ ଉଡାଣ ଆରମ୍ଭ କରିଥିଲା । ତେଣୁ ବହୁ ଉଚ୍ଚରେ ଇଞ୍ଜିନ କାର୍ଯ୍ୟ ବନ୍ଦ ହୋଇଥିବା ଅନୁମାନ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ