Connect with us

ବିଦେଶ

ଫିଲିପାଇନ୍ସରେ ‘ମଙ୍ଗଖୁଣ୍ଟ’ ର ତାଣ୍ଡବ : ୨୫ ମୃତ

ଫିଲିପାଇନ୍ସରେ ‘ମଙ୍ଗଖୁଣ୍ଟ’ ର ତାଣ୍ଡବ : ୨୫ ମୃତ

ଫିଲିପାଇନ୍ସରେ ‘ମଙ୍ଗଖୁଣ୍ଟ’ ର ତାଣ୍ଡବ : ୨୫ ମୃତ
ନୂଆଦିଲ୍ଲୀ : ଶକ୍ତିଶାଳୀ ଝଡ଼ ତୋଫାନ ମଙ୍ଗଖୁଣ୍ଟ ଫିଲିପାଇନ୍ସରେ ଭୟଙ୍କର ରୂପ ଧାରଣ କରିଛି । ଝଡ଼ ଓ ମୂଷଳ ଧାରାରେ ବର୍ଷା ଯୋଗୁଁ ଏଠାରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ମଙ୍ଗଖୁଣ୍ଟର ପ୍ରଭାବରେ ୨୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ତେବେ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ସୃଷ୍ଟି ସାମୂଦ୍ରିକ ଝଡ଼ ମଙ୍ଗଖୁଣ୍ଟ କାରଣରୁ ଭୂସ୍ଖଳନ ହେତୁ ଅନେକ ଲୋକ ପ୍ରଭାବିତ ହେବା ସହ ଅନେକ ବାସଗୃହ ମଧ୍ୟ ଭାଙ୍ଗିଯାଇଛି ।

ଗତକାଲି ଲୁଜୋନ୍ ଦ୍ୱୀପରେ ସ୍ଥଳଭାଗ ଛୁଇଁଥିବା ମଙ୍ଗଖୁଣ୍ଟର ପ୍ରଭାବରେ ଫିଲିପାଇନ୍ସରେ ଅନେକ କ୍ଷୟକ୍ଷତି ହୋଇଛି । ଫଳରେ ଅନେକ ଅଞ୍ଚଳକୁ ଯୋଗାଯୋଗ, ବିଦ୍ୟୁତ୍ ଯୋଗାଣ ବ୍ୟବସ୍ଥା ବ୍ୟାହତ ହୋଇଛି । ସାମୁଦ୍ରିକ ଝଡ଼ ଫଳରେ ଲଗାଣ ବର୍ଷା ହେବା ସହ ୪୨ ଟି ଅଞ୍ଚଳରେ ଭୂସ୍ଖଳନ ହୋଇଥିବା ସୂଚନା ମିଳିଛି । ବହୁ ସଂଖ୍ୟକ ଲୋକେ ଏବେ ବି ମାଟି ଅତଡ଼ା ତଳେ ଫସି ରହିଥିବା ଜଣାପଡ଼ିଛି । ସାମୁଦ୍ରିକ ଝଡ଼ ମଙ୍ଗଖୁଣ୍ଟ ଆଜି ହଂକଂ ଓ ଚୀନର ଦକ୍ଷିଣ ଉପକୂଳ ଛୁଇଁବ । ଏ ନେଇ ସତର୍କ ସୂଚନା ଜାରି କରାଯିବା ସହ ୧୫୦ ବିମାନ ଉଡ଼ାଣକୁ ବାତିଲ କରାଯାଇଛି ।

ଏହା ସହିତ ସମୁଦ୍ର ଆଖପାଖ ଅଞ୍ଚଳର ଲୋକମାନଙ୍କୁ ଓ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନଯିବା ପାଇଁ ସତର୍କ ସୂଚନା ଦିଆଯାଇଛି । । ପ୍ରତିବର୍ଷ ଫିଲିପାଇନ୍ସରେ ପ୍ରାୟ ୨୦ଟି ସାମୁଦ୍ରିକ ଝଡ଼ ଦେଖାଦେଇଥାଏ ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ