Connect with us

ଖେଳ

ଫାଇନାଲରେ ଦୂତି – ଆଉଏକ ପଦକ ଆଣିବାର ଆଶା ଉଜ୍ଜୀବିତ l

ଫାଇନାଲରେ ଦୂତି - ଆଉଏକ ପଦକ ଆଣିବାର ଆଶା ଉଜ୍ଜୀବିତ l

ଫାଇନାଲରେ ଦୂତି – ଆଉଏକ ପଦକ ଆଣିବାର ଆଶା ଉଜ୍ଜୀବିତ l
ଜାକର୍ତ୍ତା,୨୮ା୮ : ଇଣ୍ଡୋନେସିଆର ଜାକର୍ତ୍ତାରେ ଚାଲିଥିବା ଅଷ୍ଟାଦଶ ଏସୀୟ କ୍ରୀଡାର ମହିଳା ୧୦୦ମିଟର ଦୌଡରେ ରୌପ୍ୟ ପଦକ ଜିତିଥିବା ଓଡ଼ିଆ ଦୌଡରାଣୀ ଦୂତି ଚାନ୍ଦ ଭାରତୀୟଙ୍କୁ ଆଉଏକ ପଦକ ଦେବାର ଆଶା ଉଜ୍ଜୀବିତ ହୋଇଛି । ଆଜି ଅନୁଷ୍ଠିତ ହୋଇଥିବା ମହିଳା ୨ଶହ ମିଟର ଦୌଡ ପ୍ରତିଯୋଗିତାରେ ସେ ଫାଇନାଲରେ ପ୍ରବେଶ କରି ଏହି ଆଶା ଦେଇଛନ୍ତି । ମାତ୍ର ୨୩ ସେକେଣ୍ଡରେ ଦୂରତାକୁ ଅତିକ୍ରମ କରି ନିଜ ହିଟ୍ ୪ରେ ପ୍ରଥମ ସ୍ଥାନରେ ରହିଛନ୍ତି ଦୂତୀ ।

ଆସନ୍ତାକାଲି ଏହି ବର୍ଗରେ ଫାଇନାଲ ଖେଳାଯିବ । ସେହିପରି ଦୂତିଙ୍କ ୪୦୦ ମିଟରରେ ରୌପ୍ୟ ଜିତିଥିବା ହିମା ଦାସ ୨୦୦ ମିଟର ଦୌଡରେ ଅଯୋଗ୍ୟ ଘୋଷିତ ହୋଇଛନ୍ତି । ଷ୍ଟାଟିଂ ବେଲ୍ ବାଜିବା ପୂର୍ବରୁ ଦୌଡି ପଦକ ଆଶାୟୀ ହିମା ଅଯୋଗ୍ୟ ହୋଇଛନ୍ତି । ଉଲ୍ଲେଖନୀୟ ଯେ, ୨୦୦ ମିଟରରେ ଓଡ଼ିଆ ଧାବିକା ଦୂତିଙ୍କ ବ୍ୟକ୍ତିଗତ ଶ୍ରେଷ୍ଠ ହେଉଛି ୨୩.୭୩ । ୨୦୧୩ ରାଞ୍ଚିଠାରେ ଜାତୀୟ ଚାମ୍ପିଅନସିପ ରେ ସେ ଏହି ସଫଳତା ଲାଭ କରିଥିଲେ । ସେପଟେ ଦୂତିଙ୍କ ସଫଳତା କାମନା କରି ତାଙ୍କ ଗାଁ ଲୋକେ ପୂଜାର୍ଚ୍ଚନା କରିଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ପୁରୁଷ ୮୦୦ ମିଟର ଦୌଡରେ ସ୍ୱର୍ଣ୍ଣ ଜିତିଛନ୍ତି ମନଜିତ୍ ସିଂ । ଏହାସହ ଜିନସନ୍ ଜନସନ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଖେଳ