Connect with us

ଦେଶ

ପ୍ରାକୃତିକ ବିପର୍ଯ୍ୟୟରେ ଭାରତର କ୍ଷତି ୮ ହଜାର କୋଟି ଡଲାର

ସାଙ୍କେତିକ ଚିତ୍ର

ପ୍ରାକୃତିକ ବିପର୍ଯ୍ୟୟ
ଭାରତର କ୍ଷତି ୮ ହଜାର କୋଟି ଡଲାର
ନୂଆଦିଲ୍ଲୀ,୧୧ା୧୦ : ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଗତ ୨୦ ବର୍ଷରେ ଭାରତ ହରାଇଛି ପ୍ରାୟ ୮ ହଜାର କୋଟି ଡଲାର । ଜାତିସଂଘର ବିପର୍ଯ୍ୟୟ ବିପଦ ପ୍ରଶମନ ବିଭାଗ ତରଫରୁ ବୁଧବାର ପ୍ରକାଶିତ ରିପୋର୍ଟରୁ ଏହା ଜଣାପଡିଛି । ରିପୋର୍ଟ ଅନୁଯାୟୀ, ପ୍ରାକୃତିକ ବିପର୍ଯ୍ୟୟରେ ସର୍ବାଧିକ କ୍ଷତିଗ୍ରସ୍ତ ଦେଶ ତାଲିକାରେ ଭାରତ ପଞ୍ଚମ ସ୍ଥାନରେ ରହିଛି ।

ପ୍ରଥମ ସ୍ଥାନରେ ଆମେରିକା ରହିଥିବା ବେଳେ ଏହି ଦେଶର ୯୪୫୦୦ ଡଲାର କ୍ଷତି ହୋଇଛି । ତା’ ପଛକୁ ଯଥାକ୍ରମେ ଚୀନ ଓ ଜାପାନ ରହିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟରେ ଚୀନର ୪୫୨୦୦ ଡଲାର ଓ ଜାପାନର ୩୭୬୦୦ ଡଲାର କ୍ଷତି ହୋଇଛି । ୧୯୯୮ ରୁ ୨୦୧୭ ପର୍ଯ୍ୟନ୍ତ ଆସିଥିବା ବିପର୍ଯ୍ୟୟରେ ବିଶ୍ୱର ପ୍ରାୟ ୩ଲକ୍ଷ କୋଟି ଡଲାର କ୍ଷତି ହୋଇଛି ।

ଏହାର ପୂର୍ବ ଦୁଇ ଦଶନ୍ଧି ତୁଳନାରେ କ୍ଷତି ପରିମାଣ ୧୨୦% ବୃଦ୍ଧି ପାଇଛି । ଯଦି କେବଳ ପ୍ରାକୃଥିକ ବିପର୍ଯ୍ୟୟକୁ ହିସାବକୁ ନିଆଯାଏ ତେବେ କ୍ଷତି ପରିମାଣ ୧୫୧% ବୃଦ୍ଧି ପାଇଛି । ୟୁରୋପୀୟ ଦେଶମାନଙ୍କ ମଧ୍ୟରେ ବିଗତ ୨୦ ବର୍ଷରେ ପ୍ରାକୃତିକ ବିପର୍ଯ୍ୟୟରେ ଫ୍ରାନ୍ସର ୪୮୦୦ ଡଲାର ଜର୍ମାନୀର ୫୮୦୦ ଡଲାର ଓ ଇଟାଲୀର ୫୭୦୦ ଡଲାର କ୍ଷତି ହୋଇଛି ।

ଗତ ୨୦ ବର୍ଷ ଭିତରେ ପ୍ରାକୃତିକ ବିପର୍ଯ୍ୟୟରେ ୧୩ ନିୟୁତ ପ୍ରାଣହାନୀ ଘଟିଥିବା ବେଳେ ୪୪୦ କୋଟି ଲୋକ ଆହତ ଓ ବାସଶୂନ୍ୟ ହୋଇଛନ୍ତି । ନିମ୍ନ ଆୟ ବର୍ଗ ଥିବା ଦେଶ ବା ଗରିବ ଦେଶର କ୍ଷୟକ୍ଷତି ପରିମାଣ ଆକଳନ କରାଯାଇନାହିଁ । ଯଦି ସେ ସବୁକୁ ହିସାବକୁ ନିଆଯାଏ ତେବେ କ୍ଷୟକ୍ଷତି ଓ ଧନଜୀବନ ହାନି ପରିମାଣ ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡିଛି । ଅଧିକାଂଶ ବିପର୍ଯ୍ୟୟ ବନ୍ୟା, ବାତ୍ୟା, ମରୁଡି ଓ ଝାଞ୍ଜି ପ୍ରବାହ ଯୋଗୁଁ ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ