Connect with us

ବିଦେଶ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ
ଦ୍ୱିପାକ୍ଷୀକ ପ୍ରତିରକ୍ଷା ପ୍ରଯୁକ୍ତି କୌଶଳ ବିକାଶ କ୍ଷେତ୍ରରେ ସହଯୋଗକୁ ଗୁରୁତ୍ୱ
ନୂଆଦିଲ୍ଲୀ,୨୦ା୮ : ଜାପାନର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ଇତସୁନୋରି ଓନୋଡେରା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିିଛନ୍ତି । ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଜାପାନ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ମୃତିଚାରଣ କରିଥିଲେ ଏବଂ ନିକଟ ବର୍ଷମାନଙ୍କରେ ଭାରତ ଓ ଜାପାନ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରିତା ବୃଦ୍ଧିକୁ ସ୍ୱାଗତ କରିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଯେ ଭାରତ ଓ ଜାପାନ ସମ୍ପର୍କ ମଧ୍ୟରେ ପ୍ରତିରକ୍ଷା ହେଉଛି ଏକ ପ୍ରମୁଖ ସ୍ତମ୍ଭ । ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷାକୁ ନେଇ ବିଭିନ୍ନ ଆଲୋଚନାକୁ ସୁଦୃଢ କରିବା ଏବଂ ଭାରତ ଓ ଜାପାନର ପ୍ରତିରକ୍ଷା ବାହିନୀ ମଧ୍ୟରେ ସମ୍ପର୍କ ମଜଭୁତ ହେବାକୁ ସେ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ପ୍ରଯୁକ୍ତି କୌଶଳ ବିକାଶ କ୍ଷେତ୍ରରେ ସହଯୋଗକୁ ପ୍ରଶଂସା କରିଥିଲେ l

ଜାପାନ ପ୍ରଧାନମନ୍ତ୍ରୀ ଶ୍ରୀ ସିଞ୍ଜୋ ଆବେଙ୍କ ଗତବର୍ଷର ସଫଳ ଭାରତ ଗସ୍ତ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ମୋଦୀ ସ୍ମୃତିଚାରଣ କରିଥିଲେ ଏବଂ କହିଥିଲେ ଯେ ଚଳିତ ବର୍ଷ ଶେଷ ବେଳକୁ ସେ ଜାପାନ ଗସ୍ତରେ ଯିବେ ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ