Connect with us

ଅପରାଧ

ପୋଲିସ – ଓକିଲ ବିବାଦର ଶୁଣାଣି ସୋମବାରକୁ ଘୁଂଚିଲା

ସାଙ୍କେତିକ ଚିତ୍ର

ପୋଲିସ – ଓକିଲ ବିବାଦର ଶୁଣାଣି ସୋମବାରକୁ ଘୁଂଚିଲା
ଭୁବନେଶ୍ୱର,୯ା୧୧: ପୋଲିସ୍ – ଓକିଲ ବିବାଦ ମାମଲାର ଶୁଣାଣୀ ସୋମବାରକୁ ଘୁଂଚିଛି । ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଂଚ ସମ୍ପୂର୍ଣ୍ଣ ଚାର୍ଜସିଟ୍ ଦାଖଲ କରିପାରିନଥିବାରୁ ହାଇକୋର୍ଟ ସୋମବାରକୁ ଶୁଣାଣୀ ଘୁଂଚାଇଛନ୍ତି । ଅପରପକ୍ଷରେ ମାମଲାର ତଦନ୍ତ ପାଇଁ କ୍ରାଇମବ୍ରାଂଚ ଆଇଜି ଆଉ ୬ ସପ୍ତାହ ସମୟ ମାଗିଥିବା ବେଳେ ହାଇକୋର୍ଟ ଅଧିକ ସମୟ ଦେବାକୁ ରୋକ୍ ଠୋକ୍ ମନା କରିଛନ୍ତି । ସେହିପରି ଅଭିଯୁକ୍ତ ପୋଲିସ୍ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଇବା ନେଇ ମଧ୍ୟ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ଅପରପକ୍ଷରେ ଉଭୟ ସଂଘ ମଧ୍ୟରେ ସସସ୍ୟାର ସମାଧାନ ନେଇ ପୋଲିସ ମହାନିର୍ଦ୍ଦେଶକ ଦେଇଥିବା ପ୍ରସ୍ତାବକୁ ବାର୍ ଅ।ସୋସିଏସନ୍ ଗ୍ରହଣ କରିଛି । ବାର ଅ।ସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ ସେମାନେ ଡିଜିପିଙ୍କ ସହ ଅ।ଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି । କୌଣସି ନିରପେକ୍ଷ ସ୍ଥାନରେ ଆଲୋଚନା କରାଗଲେ ସେମାନେ ସେଠାକୁ ଯିବେ । ଶୁକ୍ରବାର ଅନୁଷ୍ଠିତ ଆସୋସିଏସନର ସାଧାରଣ ପରିଷଦ ବୈଠକରେରେ ଏହି ନିଷ୍ପତି ହୋଇଛି । ସେହିପରି ପରବର୍ତୀ ପଦକ୍ଷେପ ପାଇଁ ସୋମବାର ଅନୁଷ୍ଠିତ ହେବାକୁ ଥିବା ବୈଠକରେ ନିଷ୍ପତି ନିଆଯିବ । ଶୁକ୍ରବାର ଦିନ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ କେ.ଏସ୍ ଜାଭେରି ଓ ଜଷ୍ଟିସ କେ.ଆର ମହାପାତ୍ରଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ତଦନ୍ତ ଲାଗି ଅଧିକ ସମୟ ଦେବାକୁ କ୍ରାଇମବ୍ରାଂଚକୁ ମନା କରିବା ସହ ଆସନ୍ତା ସୋମବାର ପରବର୍ତୀ ଶୁଣାଣି ଲାଗି କ୍ରାଇମବ୍ରାଂଚ ଆଇଜି ଅରୁଣ ବୋଥ୍ରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ମାମଲା ହାଇକୋର୍ଟଙ୍କ ବିଚାରଧୀନ ଥିବାବେଳେ କିଭଳି ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ଅ।ଦେଶ ପ୍ରତ୍ୟାହାର ହେଲା ତାହା ପ୍ରଶ୍ନ କରି ଅସନ୍ତୋଷ ଜାହିର କରିଥିଲେ ।

ସୂଚନାଯୋଗ୍ୟ ଯେ ଗତ ଅଗଷ୍ଠ ୨୮ ତାରିଖରେ କଟକରେ ଓକିଲଙ୍କ ଉପରେ ପୋଲିସର ଆକ୍ରମଣ ନେଇ ଆଇନଜୀବୀଙ୍କ ଆନ୍ଦୋଳନ ଯୋଗୁଁ ବିଚାର ବ୍ୟବସ୍ଥାରେ ଅଚଳାବସ୍ଥା ସୃଷ୍ଟି ହେବାରୁ ଏଥିରେ ହସ୍ତକ୍ଷେପ କରି ଘଟଣାର ତଦନ୍ତ କରି ନଭେମ୍ବର ୯ ତାରିଖ ସୁଦ୍ଧା ରିପୋର୍ଟ ଦେବା ଲାଗି ଓଡ଼ିଶା କ୍ରାଇମବ୍ରାଂଚକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏଥିସହ କାର୍ଯ୍ୟରତ ବିଚାରପତି ଜଷ୍ଟିସ ଚିତରଞ୍ଜନ ଦାଶଙ୍କ ତତ୍ୱାବଧାନରେ ତଦନ୍ତ ଲାଗି ନିର୍ଦ୍ଦେଶ ଜାରି କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ