Connect with us

ଓଡିଶା

ପୋଲାଭରମ ପ୍ରକଳ୍ପର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ସାଙ୍କେତିକ ଚିତ୍ର

ପୋଲାଭରମ ପ୍ରକଳ୍ପର ସମାଧାନ ପାଇଁ ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୧ା୧୧ : ବିବାଦୀୟ ପୋଲାଭରମ ପ୍ରକଳ୍ପ ମାମଲା ସୁପ୍ରିମକୋର୍ଟରେ ବିଚାରଧିନ ଥିବାରୁ ଏହାର ନିର୍ମାଣ କାର୍ଯ୍ୟକୁ ବନ୍ଦ ରଖିବା ପାଇଁ ଦାବୀ କରି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଏଥିରେ ଦର୍ଶାଇଛନ୍ତି ଯେ, ଏହି ପ୍ରକଳ୍ପକୁ ୨୦୧୯ ସୁଦ୍ଧା ସାରିବା ପାଇଁ ଚନ୍ଦ୍ରବାବୁ ନାଇଡ଼ୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ଦୁଃଖର ବିଷୟ ଉକ୍ତ ପ୍ରକଳ୍ପ କରିବା ନେଇ ଓଡ଼ିଶା ରାଜ୍ୟରେ କୌଣସି ଜନ ଶୁଣାଣୀ କରାଯାଇ ନାହିଁ । ଜୁଲାଇ ୧୦ ତାରିଖରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଯେଉଁ ଚିଠି ଦେଇଛନ୍ତି ତାକୁ ବାତିଲ କରିବା ପାଇଁ ଦାବିରେ ଦର୍ଶାଇଛନ୍ତି । ଓଡ଼ିଶା, ଛତିଶଗଡ଼ ଏବଂ ତେଲେଙ୍ଗାନାର କ୍ଷତି ନ କଲା ଭଳି ପ୍ରକଳ୍ପ ମଧ୍ୟ ହୋଇପାରିବ । ସମ୍ପୃକ୍ତ ପ୍ରକଳ୍ପ ହେଲେ ଓଡ଼ିଶାର ବହୁ ଜଙ୍ଗଲ ଓ ଚାଷ ଜମି ବିଶେଷ କରି ଆଦିବାସୀ ବହୁଳ ଅଂଚଳ ମାଲକାନଗିରିର ବହୁ ଗ୍ରାମ ବୁଡ଼ିଯିବ ଏବଂ ବହୁ ଆଦିମ ଜନଜାତି ବିସ୍ଥାପିତି ହେବେ । ଏ ସମସ୍ତ ବିଷୟକୁ ବିଚାରକୁ ନେଇ ପ୍ରକଳ୍ପକୁ ବନ୍ଦ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା