Connect with us

ଦେଶ

ପେଟ୍ରୋଲ, ଡିଜେଲ ଉପରୁ ୨.୫୦ ଟଙ୍କା ହ୍ରାସ କଲା କେନ୍ଦ୍ର

ସାଙ୍କେତିକ ଚିତ୍ର

କମିଲା ତେଲ ଦର
ପେଟ୍ରୋଲ, ଡିଜେଲ ଉପରୁ ୨.୫୦ ଟଙ୍କା ହ୍ରାସ କଲା କେନ୍ଦ୍ର
ବିଜେପି ଶାସିତ ୧୦ ରାଜ୍ୟରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଡିଜେଲ
ନୂଆଦିଲ୍ଲୀ,୪ା୧୦ : ଦିନକୁ ଦିନ ବୃଦ୍ଧି ହୋଇ ରେକର୍ଡ କରୁଥିବା ତୈଳ ଦର ଉପରେ ଲଗାମ ଲଗାଇବା ପାଇଁ ଅଣ୍ଟା ଭିଡିଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨.୫୦ ଟଙ୍କା ହ୍ରାସ କରିଛନ୍ତି । ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଏହି ସୂଚନା ଦେଇଛନ୍ତି ।

ଜେଟଲୀ କହିଛନ୍ତି ଯେ, ଆଜି ତୈଳ ମନ୍ତ୍ରାଳୟର କ୍ୟାବିନେଟ୍ ବୈଠକରେ ଏହି ବିଷୟରେ ଆଲୋଚନା କରାଯାଇଥିଲା । ଉପଭୋକ୍ତାଙ୍କୁ ଆଶ୍ୱସ୍ତ ଦେବା ପାଇଁ ରାଜସ୍ୱ ବିଭାଗ ଏବେ ତିନୋଟି ଭାଗରେ ବଣ୍ଟା ଯିବ । ଏହି କ୍ରମରେ ଏକ୍ସାଇଜ ଡ୍ୟୁଟି ୧.୫ ଟଙ୍କା ହ୍ରାସ ପାଇବ । ତୈଳ ବିପଣନକାରୀ କମ୍ପାନୀ ଏକ ଟଙ୍କା ହ୍ରାସ କରିବେ । ଏହିପରି ଏବେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୨.୫୦ ଟଙ୍କା ହ୍ରାସ ପାଇବ । ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ୨.୫୦ ଟଙ୍କା ହ୍ରାସ କରିବାର ଘୋଷଣା ପରେ ମହାରାଷ୍ଟ୍ର, ଗୁଜୁରାଟ, ଛତିଶଗଡ଼, ଉତ୍ତରପ୍ରଦେଶ, ତ୍ରିପୁରା, ଝାଡଖଣ୍ଡ, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ, ହରିୟାଣା ଓ ଆସାମ ସରକାର ମଧ୍ୟ ୨.୫୦ ଟଙ୍କା ହ୍ରାସ କରିବାକୁ ଘୋଷଣା କରିଛନ୍ତି । ଏହି ରାଜ୍ୟର ଲୋକଙ୍କୁ ଲିଟର ପିଛା ୫ଟଙ୍କା ଶାସ୍ତାରେ ତେଲ ମିଳିବ ଏହିପରି ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପଭୋକ୍ତଙ୍କୁ ତୁରନ୍ତ ଅଢ଼େଇ ଟଙ୍କାର ଆଶ୍ୱସ୍ତ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏହାସହିତ ରାଜ୍ୟ ସରକାର ମଧ୍ୟ ସେହି ପରିମାଣରେ ଟ୍ୟାକ୍ସ ହ୍ରାସ କରି ଉପଭୋକ୍ତାଙ୍କୁ ଆଶ୍ୱସ୍ତ ଦିଅନ୍ତୁ ବୋଲି ଜେଟଲୀ କହିଛନ୍ତି । ସେ କହିଛନ୍ତି ଯେ, ଆମେରିକା ସୁଧ ଦର ବୃଦ୍ଧି କରିଛି, ଯାହାର ପ୍ରଭାବ ବଜାର ଉପରେ ପଡିଛି ।

ଦୁନିଆରେ ଚାଲିଥିବା ବାଣିଜ୍ୟ ଲଢ଼େଇର ପ୍ରଭାବ ଦେଶର ମୁଦ୍ରା ଉପରେ ମଧ୍ୟ ପଡୁଛି । ଏହାକୁ ଦୃଷ୍ଟିରେ ରଖି ଆମେ ଆଇଏଲଏଣ୍ଡଏଫ୍ଏସ୍ର ବୋର୍ଡକୁ ବଦଳାଇ ଦେଇଛୁ । ଆମେ ଦେଶରେ ଆମଦାନୀ କେମିତି ହ୍ରାସ ପାଇବ ସେଥିପ୍ରତି ମଧ୍ୟ ପଦକ୍ଷେପ ନେଇଛୁ । ଦେଶରେ ମହଙ୍ଗାଇ ଏବେ ନିୟନ୍ତ୍ରଣରେ ରହିଛି ଏବଂ ଏହା ୪ ପ୍ରତିଶତରେ ରହିଛି । ଏହିପରି ଗତ ତ୍ରୈମାସରେ ଜିଡିପି ୮.୨ ପ୍ରତିଶତ ରହିଥିବା ଜେଟଲୀ କହିଛନ୍ତି । ଅର୍ଥ ମନ୍ତ୍ରୀ ଜେଟଲୀ ତୈଳ ସଚିବଙ୍କୁ ଭେଟି ପେଟ୍ରୋଲ-ଡିଜେଲର ଦର ବୃଦ୍ଧି ଉପରେ କେମିତି ଲଗାମ ଲଗାଯିବ ସେ ନେଇ ବିଚାର କରିଛନ୍ତି । କାରଣ ତୈଳ ଦର ବୃଦ୍ଧି ସରକାରଙ୍କ ପାଇଁ ସବୁଠୁ ଚିନ୍ତାର କାରଣ ପାଲଟିଛି ।

ଅନ୍ୟପଟେ ଜେଟଲୀ କହିଛନ୍ତି ଯେ, କେନ୍ଦ୍ର ଯେମିତି ତେଲ ଉପରୁ ଲିଟର ପିଛା ୨.୫୦ ଟଙ୍କା ହ୍ରାସ କଲା ସେହିଭଳି ରାଜ୍ୟ ମଧ୍ୟ ଲିଟର ପିଛା ୨.୫୦ ଟଙ୍କା ହ୍ରାସ କରନ୍ତୁ । ଏମିତି ହେଲେ ଉପଭୋକ୍ତାଙ୍କୁ ୫ ଟଙ୍କାର ଆଶ୍ୱସ୍ତ ମିଳିବ । କାରଣ ଅଶୋଧିତ ତୈଳ ଦର ବଢ଼ିଲେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଘଟିଥାଏ ଏବଂ ଏଥିରେ କେନ୍ଦ୍ର ଅପେକ୍ଷା ରାଜ୍ୟ ସରକାରଙ୍କ ରାଜସ୍ୱ ଅଧିକ ବଢ଼ିଥାଏ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ