Connect with us

ଦେଶ

ପେଟ୍ରୋଲ ଛୁଇଁଲା 92 ଟଙ୍କା

ସାଙ୍କେତିକ ଚିତ୍ର

ପେଟ୍ରୋଲ ଛୁଇଁଲା 92 ଟଙ୍କା
ନୂଆଦିଲ୍ଲୀ,୨୪ା୯ : ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଆଁ ଭାବେ ବଢ଼ି ଚାଲିଛି । ଅଗଷ୍ଟ ୧ରୁ ପେଟ୍ରୋଲ ଓ ଡିଜେଲ ଦରରେ ଊଦ୍ଧ୍ୱର୍ମୁଖୀ ରହିଛି । କେବଳ ଅଗଷ୍ଟ ୧୩ରେ ପେଟ୍ରୋଲ ଓ ଡିଜେଲ ଦରରେ ସାମାନ୍ୟ ହ୍ରାସ ଘଟିଥିଲା । ଏହାପରଠାରୁ ତୈଳ ଦର ବଢ଼ି ଚାଲିଛି ।

ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପ୍ରଥମଥର ପେଟ୍ରୋଲ ଦର 92 ଟଙ୍କା ପାର କରିଛି । ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ଯଥାକ୍ରମେ 83ଟଙ୍କା 49 ପଇସା ଏବଂ କୋଲକାତାରେ ପେଟ୍ରୋଲ ଦର ପ୍ରତି ଲିଟର 85.30ଟଙ୍କା ରହିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପ୍ରତି 82,19 ଟଙ୍କାରେ ପହଞ୍ଚିଛି । ଏହି କ୍ରମରେ ସବୁ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଦରରେ ବୃଦ୍ଧି ଘଟିଛି । ବଢ଼ୁଥିବା ତୈଳ ଦରକୁ ନେଇ ଗ୍ରାହକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କ୍ରମାଗତ ତେଲଦର ବଢୁଥିବାରୁ ଏହାର ପ୍ରଭାବ ବିଭିନ୍ନ ସାମଗ୍ରୀ ଉପରେ ମଧ୍ୟ ପଡିଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ