Connect with us

ଓଡିଶା

ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା କଂଗ୍ରେସରୁ ଇସ୍ତଫା ଦେଲେ

ସାଙ୍କେତିକ ଚିତ୍ର

ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ରବିବାର ଦିନ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଲେ
ଭୁୁବନେଶ୍ୱର :- କଂଗ୍ରେସ ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା ରବିବାର ଦିନ କଂଗ୍ରେସ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହିତ ଶତାଧିକ କଂଗ୍ରେସ କର୍ମୀ ମାନେ ମଧ୍ୟ ଦଳ ଛାଡିଛନ୍ତି । ତେବେ କେଉଁ ଦଳରେ ସେ ଯୋଗଦେବେ ବା ସ୍ୱାଧୀନ ଭାବେ ଲଢିବେ ସେ ସମ୍ପର୍କରେ ଆସନ୍ତା ମଙ୍ଗଳବାର ଦିନ ଆଉ ଏକ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିବେ ବୋଲି ସେ ସୂଚନା ଦେଇଛନ୍ତି ।
ଦଳରେ ତାଙ୍କୁ ଅବହେଳା କରାଯିବା, ଗୋଷ୍ଠୀ ବିବାଦ ଦଳରେ ଲାଗି ରହିବା, ଦେଖା ଦେଇଥିବା ବିଶୃଙ୍ଖଳା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଉ ନ ଥିବାରୁ ସେ ଦଳ ଛାଡିବାକୁ ବାଧ୍ୟ ହେଲେ ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଦୀର୍ଘ ୩୫ ବର୍ଷ ଧରି କଂଗ୍ରେସ ଦଳରେ ରହି ସେ କାମ କରି ଆସିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା