Connect with us

ଅପରାଧ

ପୂଜା ପୂର୍ବରୁ ବନ୍ଧା ହେବେ ଅପରାଧୀ :- ଡିଜିପି l

ପୂଜା ପୂର୍ବରୁ ବନ୍ଧା ହେବେ ଅପରାଧୀ :- ଡିଜିପି l

ପୂଜା ପୂର୍ବରୁ ବନ୍ଧା ହେବେ ଅପରାଧୀ
ନିର୍ଦ୍ଦେଶନାମା ଜାରି କଲେ ଡିଜିପି
ଭୁବନେଶ୍ୱର,୧୪ା୯ : ପାର୍ବଣ ଋତୁ ଆସୁଥିବାରୁ ଏହା ପୂର୍ବରୁ ରାଜ୍ୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ରାଜ୍ୟ ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି । ପୂଜା ପୂର୍ବରୁ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନଏସଏରେ ବୁକ କରିବା ପାଇଁ ପୋଲିସ୍ ଡିଜି ଡ. ଆର ପି ଶର୍ମା ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୱାରେଂଟିମାନଙ୍କୁ ଗିରଫ କରିବାକୁ ଡିଜିପି ସବୁ ଜିଲ୍ଲାର ଏସପି ମାନଙ୍କୁ ନିର୍ଦ୍ଦେଶନାମା ଜାରୀ କରିଛନ୍ତି ।

ଡିଜିପି କହିଛନ୍ତି ଯେ, ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି ଅସାମାଜିକ ବ୍ୟକ୍ତି, ସାଂପ୍ରଦାୟିକ ଦଙ୍ଗା ସୃଷ୍ଟି କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଥାନାରେ ଅଟକ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ହାର୍ଡକୋର ଅପରାଧୀ ମାନଙ୍କୁ ଏନଏସଏରେ ବୁକ୍ କରିବା, ମାଦକ ଦ୍ରବ୍ୟ ବିକ୍ରି କିମ୍ବା କାରବାର ବନ୍ଦ କରିବାକୁ ନିୟମିତ ଚଢାଉ କରିବା, ଭସାଣୀ ଉତ୍ସବ ପାଇଁ ଅନୁମତି ଦେବା ପୂର୍ବରୁ ଓଡିଶା ପୋଲିସ ଆକ୍ଟ ଓ ଓଡିଶା ଫାୟାର ଆଣ୍ଡ ଲାଉଡ ସ୍ପିକର ଆକ୍ଟ ଅନୁଯାୟୀ କିଛି ସର୍ତ ମଧ୍ୟ ରଖାଯାଇଛି । ଏହାଛଡା ଗୋଟିଏ ଦିନରେ ଯେପରି ସମସ୍ତ ଭସାଣି ଶେଷ ହେବ ତାହା ଉପରେ ଜୋର ଦିଆ ଯାଇଛି ।ଏହି ସମୟରେ ପୋଲିସ ପକ୍ଷରୁ ଯେପରି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯିବ ତାହା ଉପରେ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ପୂଜା କମିଟିର ବରିଷ୍ଠ ସଦସ୍ୟ ମାନଙ୍କୁ ନେଇ ଶାନ୍ତି କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନେ କୌଣସି ବିଶୃଙ୍ଖଳା ସୃଷ୍ଟି ହେଲେ ଏହାର ସମାଧାନ କରିପାରିବେ ।

ସବୋର୍ଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଲାଉଡସ୍ପିକର ବାଜିବା ଉପରେ କଡା କଟକଣା ଜାରି କରାଯାଇଛି । ଭସାଣି ସମୟରେ ବିଭିନ୍ନ ପାରମ୍ପରିକ କଳାକୌଶଳ ନାଁରେ ଯେପରି ଅ।ଇନର ଉଲ୍ଲଂଘନ ନ ହୁଏ ସେଥିପ୍ରତି ଦୃଷ୍ଟି ରଖିବାକୁ କୁହାଯାଇଛି । ଏହାବ୍ୟତୀତ ସୋସିଆଲ ମିଡିଆରେ ଦଙ୍ଗା ସୃଷ୍ଟିକାରୀ ମେସେଜେ ଯେପରି ଭାଇରାଲ ନ ହୁଏ ସେଥିପ୍ରତି ସର୍ତକ ରହିବାକୁ ଉକ୍ତ ଆଡଭାଇଜରୀରେ କୁହାଯାଇଛି ।

ଏହା ବାଦ୍ କୌଣସି କାରଣବସତଃ ବିଶୃଙ୍ଖଳା ସୃଷ୍ଟି ହେଲେ ପୋଲିସକୁ ସଙ୍ଗେ ସଙ୍ଗେ ଜଣାଇବାକୁ କୁହାଯାଇଛି । ଯାହାଫଳରେ ଜିଲ୍ଲା ଏସପି ତତକ୍ଷଣାତ ଘଟଣାସ୍ଥଳରେ ପହଂଚି ସମସ୍ୟାର ସମାଧାନ କରିବେ ବୋଲି ଡିଜିପି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ