Connect with us

ଅପରାଧ

ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ‘ସୁନା’ ଜବତ l

ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ 'ସୁନା' ଜବତ l

ପୁଣି ଭୁବନେଶ୍ୱର ବିମାନ ବନ୍ଦରରୁ ସୁନା ଜବତ
ଭୁବନେଶ୍ୱର,୧୩ା୯ : କିଛିଦିନ ହେବ ଭୁବନେଶ୍ୱର ବିମାନ ବନ୍ଦର ଦେଇ ଚୋରା ସୁନା ଚାଲାଣ ବିଷୟ ଚର୍ଚ୍ଚାରେ ଥିବା ବେଳେ ପୁଣି ସେହି ଘଟଣାର ପୁନରାବୃତ୍ତି ହୋଇଛି । ବିମାନବନ୍ଦରରୁ ୬୯୦ ଗ୍ରାମରୁ ଅଧିକ ଓଜନର ସୁନା ଚୋରା ଚାଲାଣ ହେଉଥିବା ବେଳେ ବିମାନବନ୍ଦରର କର୍ତ୍ତୃପକ୍ଷ ଏହାକୁ ଜବତ କରିଛନ୍ତି ।

ଖବର ଅନୁସାରେ କ୍ୱାଲାଲାମ୍ପୁରରୁ ଆସିଥିବା ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଠାରୁ ଏହି ସୁନା ଜବତ ହୋଇଛି । ଏକ ଟ୍ରଲି ବ୍ୟାଗରେ ସେ କ୍ୱାଲାଲାମ୍ପୁରରୁ ସୁନା ଲୁଚାଇ ଆଣୁଥିଲେ ବୋଲି ସୂଚନା ମିଳିଛି । ଚେନ୍ନାଇରୁ ଏୟାର ଏସିଆ ବିମାନ ଯୋଗେ ଆସିବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଧରାପଡିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ