Connect with us

ଦେଶ

ପୁଣି ବଢ଼ିଲା ତୈଳ ଦର

ସାଙ୍କେତିକ ଚିତ୍ର

ପୁଣି ବଢ଼ିଲା ତୈଳ ଦର
ନୂଆଦିଲ୍ଲୀ,୭ା୧୦ : କେନ୍ଦ୍ର ସରକାରଙ୍କ ପକ୍ଷରୁ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ ଟଙ୍କା ୫୦ ପଇସା ହ୍ରାସ ପରେ ପୁଣିଥରେ ଦର ବୃଦ୍ଧି ହେବା ପର୍ବ ଆରମ୍ଭ ହୋଇଯାଇଛି । ଏବେ ଏହି ଦୁଇ ଇନ୍ଧନର ଦର ତିନି ସପ୍ତାହ ମଧ୍ୟରେ ସବୁଠୁ ଉଚ୍ଚ ସ୍ତରରେ ପହଞ୍ଛିଛି । ଉତ୍ପାଦ ଶୁଳ୍କ ହ୍ରାସ କରିବା ତଥା ସରକାରୀ ତୈଳ କମ୍ପାନୀ ଏକ ଟଙ୍କାର ସବ୍ସିଡି ଦେବା ପରେ ଏବେ ପୁଣିଥରେ ବଢ଼ିଛି ତେଲ ଦର । ଅଢ଼େଇ ଟଙ୍କା କମ କରିବାର ଦୁଇଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୩୨ ପଇସା ଓ ଡିଜେଲ ଲିଟର ପିଛା ୫୮ ପଇସା ବୃଦ୍ଧି ପାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଅକ୍ଟୋବର ୪ରେ ପେଟ୍ରୋଲ-ଡିଜେଲ ଦର ଅଢ଼େଇ ଟଙ୍କା ହ୍ରାସ କରାଯାଇଥିଲା । କେନ୍ଦ୍ର ସରକାର ଉତ୍ପାଦ ଶୁଳ୍କରେ ଲିଟର ପିଛା ୧.୫୦ ଟଙ୍କା ହ୍ରାସ କରିଥିବା ବେଳେ ସାର୍ବଜନୀନ କ୍ଷେତ୍ରରେ ପେଟ୍ରୋଲିୟମ ମାର୍କେଟିଂ କମ୍ପାନୀ ପେଟ୍ରୋଲ, ଡିଜେଲ ଉପରେ ଲିଟର ପିଛା ଏକ ଟଙ୍କା ହ୍ରାସ କରିଥିଲେ । କେନ୍ଦ୍ର ସରକାରଙ୍କ ଅପିଲ ପରେ ଏହାପରେ ବିଜେପି ଶାସିତ ରାଜ୍ୟ ପେଟ୍ରୋଲ-ଡିଜେଲ ଲିଟର ପିଛା ଅଢ଼େଇ ଟଙ୍କା ହ୍ରାସ କରିଥିଲେ । ଏହିପରି ଏହିସବୁ ରାଜ୍ୟରେ ଉପଭୋକ୍ତାଙ୍କୁ ୫ଟଙ୍କା ଶସ୍ତାରେ ତେଲ ମିଳିଥିଲା । ମାତ୍ର ଏହି ହ୍ରାସ ପରବର୍ତ୍ତୀ ଦିନଠୁ ପୁଣିଥରେ ବୃଦ୍ଧି ପାଇଛି ତେଲ ଦର ।

ତୈଳ କମ୍ପାନୀଙ୍କ ପକ୍ଷରୁ ଜାରି ଅଧିସୂଚନା ମୁତାବକ ପେଟ୍ରୋଲ ଦାମ ଶନିବାର ୧୮ ପଇସା ତଥା ରବିବାର ୧୪ ପଇସା ବୃଦ୍ଧି ପାଇଛି । ଦର ହ୍ରାସ ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୮୧.୫୦ ଟଙ୍କା ଥଲା । ମାତ୍ର ଏବେ ଦର ବଢ଼ିବା କାରଣରୁ ରବିବାର ପେଟ୍ରୋଲ ଲିଟର ପିଛା ୮୧.୮୨ ଟଙ୍କାରେ ପହଞ୍ଛିଛି । ଏହିପରି ଶନିବାର ଓ ରବିବାର ଡିଜେଲ ଦର ଲିଟର ପିଛା ୨୯-୨୯ ପଇସା ବୃଦ୍ଧି ଘଟିଛି । ଏହିଦର ବୃଦ୍ଧି ପରେ ଡିଜେଲ ଲିଟର ପିଛା ୭୩.୫୩ ଟଙ୍କା ହୋଇଛି । ଅକ୍ଟୋବର ୫ରେ ଏହି ଦର ୭୨.୮୫ ଟଙ୍କାରେ ଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ