Connect with us

ଓଡିଶା

ପୁଣି ଛାତ୍ରୀ ଗର୍ଭବତୀ ଘଟଣା

ସାଙ୍କେତିକ

ପୁଣି ଛାତ୍ରୀ ଗର୍ଭବତୀ ଘଟଣା
ଗର୍ଭପାତ ପରେ ଛାତ୍ରୀ ଗୁରୁତର
କଳାହାଣ୍ଡି, ୧୮ା୧ : ଦାରିଙ୍ଗବାଡିର ଆବାସିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ପ୍ରସବ ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ କଳାହାଣ୍ଡି ଜିଲ୍ଲାର ଜଣେ ଛାତ୍ରୀଙ୍କ ଗର୍ଭପାତ ଘଟଣା ସାମ୍ନାକୁ ଆସିଛି । ନର୍ଲାର ଏକ ପ୍ରତିଷ୍ଠିତ ଆବାସିକ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଗର୍ଭପାତ କରାଇବାକୁ ଉଦ୍ୟମ କରାଯାଇଛି । ଗୁରୁତର ଅବସ୍ଥାରେ ଛାତ୍ରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିଛି । ଯାହାକୁ ନେଇ ସାରା ରାଜ୍ୟରେ ଏବେ ଆଲୋଡନ ସୃଷ୍ଟି ହୋଇଛି ।

ମିଳିଥିବା ସୂଚନା ଅନୁସାରେ ପୀଡିତା ଅନ୍ୟ ରାଜ୍ୟର ବୋଲି ଜଣାପଡିଛି । ସେ ଓଡ଼ିଶା ଆସି ନର୍ଲାର ଏକ ପ୍ରତିଷ୍ଠିତ ଆବାସିକ ବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ । ପୀଡିତା ୮ ସପ୍ତାହର ଗର୍ଭବତୀ ହେବା ପରେ କେହି ତାଙ୍କୁ ଔଷଧ ଦେଇ ଗର୍ଭପାତ କରିବାକୁ ଚେଷ୍ଟା କରିଥିଲେ । ଫଳରେ ସେ ଗୁରୁତର ହୋଇପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭବାନୀପାଟଣା ଡାକ୍ତରଖଶନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥାରେ ସୁଧାର ନ ଆସିବାରୁ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ହେଲେ ଏହି ଘଟଣା ପଛରେ କିଏ ଦାୟୀ ସେ କଥା ଜଣାପଡି ନଥିବା ବେଳେ ବିଦ୍ୟାଳୟର ଶିକ୍ଷକଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି ।

ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଥିବା ବେଳେ ଲୋକ ଲଜ୍ଜା ଭୟରେ ପରିବାର ଲୋକ ତାଙ୍କୁ ଘରକୁ ନେଇ ପଳାଇଥିବା ସୂଚନା ମିଳିଛି । ଏନେଇ ଥାନାରେ କୌଣସି ଏତଲା ହୋଇନଥିବା ପୋଲିସ କହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା