Connect with us

ଓଡିଶା

ପାଟକୁରା ବିଧାନସଭା ନିର୍ବାଚନରେ ଅନୁକମ୍ପା କାମ କରିବ ନାହିଁ : ବିଜୟ ମହାପାତ୍ର

ସାଙ୍କେତିକ

ପାଟକୁରା ବିଧାନସଭା ନିର୍ବାଚନରେ ଅନୁକମ୍ପା କାମ କରିବ ନାହିଁ : ବିଜୟ ମହାପାତ୍ର
ଭୁବନେଶ୍ୱର,୨୪ ଅପ୍ରେଲ – ପାଟକୁରା ବିଧାନସଭା ନିର୍ବାଚନରେ ଅନୁକମ୍ପା କାମ କରିବ ନାହିଁ ବୋଲି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ପ୍ରକାଶ କରିଛନ୍ତି । ଏହି ନିର୍ବାଚନ ମଣ୍ଡଳୀର ନିର୍ବାଚନ ମେ ୧୯ ରବିବାର ଦିନ ଭୋଟଗ୍ରହଣ ହେବ ବୋଲି ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତିର ପ୍ରକାଶ ପାଇଛି । ଏହା ଉପରେ ଦେଇଥିବା ପ୍ରତିକ୍ରିୟାରେ ଶ୍ରୀ ମହାପାତ୍ର ଏହା କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପାଟକୁରା ବାସୀ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିର୍ବାଚନ ବନ୍ଦ ହେଉ ବୋଲି ଚାହୁଁ ନଥିଲେ । ପରଲୋକଗତ ବିଜେଡ଼ି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରୱାଲଙ୍କୁ ଦଳୀୟ ଟିକେଟ ଦିଆଯାଇଥିଲା । ଏହା ଏକ ଷଡଯନ୍ତ୍ର ଚକ୍ରାନ୍ତ ଥିଲା । ଯାହା ହେଉନା କାହିଁକି ପାଟକୁରା ବାସୀ ଉଚିତ ବିଚାର ଓ ନ୍ୟାୟ ଦେବା ପାଇଁ ତାଙ୍କୁ ଯଥେଷ୍ଟ ସମୟ ମିଳିଛି । ନିର୍ବାଚନ କମିଶନର ନିର୍ବାଚନକୁ ବେଶିଦିନ ସ୍ଥଗିତ ନ କରି ଶୀଘ୍ର ନିର୍ବାଚନ କରିବା ପାଇଁ ନେଇଥିବା ନିଷ୍ପତି ମଧ୍ୟ ସ୍ୱାଗତଯୋଗ୍ୟ । ପାଟକୁରାବାସୀ ସମସ୍ତ ଷଡ଼ଯନ୍ତ୍ର ଓ ଚକ୍ରାନ୍ତକୁ ପଣ୍ଡ କରିବା ପାଇଁ ସେ କହିଥିଲେ ।
ବିଶେଷ ସୂତ୍ରରୁ ଖବର ନେବାରେ ଜଣାଯାଏ ଯେ, ପାଟକୁରା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡ଼ି ପକ୍ଷରୁ ଆନୁଷ୍ଠାନିକ ଭାବେ ନୂତନ ପ୍ରାର୍ଥୀ ନାମ ଘୋଷଣା କରାଯାଇନଥିଲେ ହେଁ ପରଲୋକଗତ ବିଧାୟକ ସ୍ୱର୍ଗତ ବେଦ ପ୍ରକାଶ ଅଗ୍ରୱାଲଙ୍କ ପୁଅ ସଂଜୟ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରାଯିବା ବୋଲି ଦଳୀୟ ରାଜନୈତିକ ମହଲରେ ବିଶେଷ ଭାବେ ଚର୍ଚ୍ଚା ହେଉଛି । ଶ୍ରୀ ସଂଜୟ କହିଛନ୍ତି ଯେ, ଦଳ ଯଦି ମୋତେ ସୁଯୋଗ ଦେବ ତେବେ ମୁଁ ଲଢ଼ିବି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା