Connect with us

ବିଦେଶ

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଶାନ୍ତି ଆଲୋଚନା ପାଇଁ ବ୍ୟଗ୍ର

ସାଙ୍କେତିକ ଚିତ୍ର

ରିୟାଧ,୨୩ା୧୦ : ଗୋଟିଏ ପଟେ ପାକିସ୍ତାନ ଆତଙ୍କବାଦୀମାନେ ସୀମାରେ ରକ୍ତର ହୋଲି ଖେଳୁଥିବା ବେଳେ ଅନ୍ୟପଟେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଶାନ୍ତି ଆଲୋଚନା ପାଇଁ ବ୍ୟଗ୍ର ଥିବା ଦର୍ଶାଉଛନ୍ତି । ୨୦୧୯ରେ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ନିର୍ବାଚନ ଶେଷ ହେବା ପରେ ଭାରତ ସହିତ ସେ ଶାନ୍ତି ଆଲୋଚନା କରିବେ ବୋଲି ଇମ୍ରାନ ମଙ୍ଗଳବାର କହିଛନ୍ତି ।

ସାଉଦୀ ଆରବୀୟ ନିବେଶ ସମ୍ମିଳନୀରେ ଯୋଗ ଦେଇ ଇମ୍ରାନ କହିଛନ୍ତି ଯେ, ନିର୍ବାଚନ ଜିତି କ୍ଷମତାକୁ ଆସିବା ପରେ ଭାରତକୁ ଶାନ୍ତିର ହାତ ବଢ଼ାଇବାକୁ ସେ ପ୍ରଥମେ ଉଦ୍ୟମ କରିଥିଲେ । ମାତ୍ର ଭାରତ ତାହାକୁ ପ୍ରତ୍ୟାଖ୍ୟାନ କରିଥିଲା । ଏବେ ପୁନଃ ଉଭୟ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଆରମ୍ଭ କରିବା ଲାଗି ପାକିସ୍ତାନ ଭାରତରେ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଅପେକ୍ଷା କରିବ । ଉଲ୍ଲେଖଯୋଗ୍ୟ ଯେ, ସେପ୍ଟେମ୍ବରରେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ନ୍ୟୁୟର୍କଠାରେ ଅନୁଷ୍ଠିତ ହେବାକୁ ଥିଲା । ମାତ୍ର ଆତଙ୍କବାଦୀ ଆକ୍ରମଣକୁ କେନ୍ଦ୍ର କରି ଭାରତ ଉକ୍ତ ବୈଠକ ରଦ୍ଦ କରିଥିଲା ।

ନ୍ୟୁୟର୍କଠାରେ ଅନୁଷ୍ଠିତ ଏକ ସମ୍ମିଳନୀ ଅବସରରେ ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ନିଜ ବକ୍ତବ୍ୟ ଶେଷ କରି ଅଧାରୁ ଚାଲି ଆସିଥିବାରୁ ପାକିସ୍ତାନ ପ୍ରତିପକ୍ଷ ତାଙ୍କୁ କଡା ନିନ୍ଦା କରିଥିଲେ । ଆତଙ୍କବାଦ ବନ୍ଦ ନ କରିବା ଯାଏ ପାକିସ୍ତାନ ସହିତ କୌଣସି ଆଲୋଚନା କରାଯିବ ନାହିଁ ବୋଲି ଭାରତ କହିଆସୁଛି । ମାତ୍ର ଅର୍ଥାଭାବରେ ପଡିଥିବା ପାକିସ୍ତାନ ନିଜର ପଡୋଶୀ ରାଷ୍ଟ୍ରଗୁଡିକ ସହିତ ସମ୍ପର୍କ ସୁଧାରିବାକୁ ଆରମ୍ଭ କରିଥିବା ଉଦ୍ୟମ କ୍ରମେ ଭାରତ ସହିତ ଆଲୋଚନା ପାଇଁ ବ୍ୟଗ୍ର ଥିବା କୁହାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ