Connect with us

ଓଡିଶା

ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ପ୍ରତିନିଧି ଦଳ

ଭୁବନେଶ୍ୱର,୬ା୮: ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ନେଇ ସୋମବାର ଦିନ ସଚିବାଳୟ ଠାରେ ସମ୍ବଲପୁରସ୍ଥିତ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟିର ୧୫ ଜଣିଆ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । ଏହି ଆଲୋଚନାରେ ସ୍ଥାନୀୟ ବିଧାୟିକା ଡ. ରାସେଶ୍ୱରୀ ପାଣିଗ୍ରାହୀ , ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଉପସ୍ଥିତ ଥିଲେ ବୈଠକ ପରେ କମିଟିର ଆବାହକ ଅଶୋକ ଦାସ କହିଥିଲେ ଯେ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣ ମଧ୍ୟରେ ଏହି ଆଲୋଚନା ହୋଇଥିଲା । ସ୍ଥାୟୀ ବେଂଚ ପ୍ରତିଷ୍ଠା ନେଇ କେନ୍ଦ୍ରକୁ ଆଉ ଏକ ଚିଠି ଲେଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା । ଏହି ଅନୁରୋଧକୁ ରକ୍ଷା କରି ଆଇନ୍ ମନ୍ତ୍ରଣାଳୟକୁ ଏକ କଡା ଚିଠି ଲେଖାଯିବ ବୋଲି ମୁଖ୍ୟମନ୍ତ୍ର୍ରୀ ଶ୍ରୀ ନବୀନ ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିବା ନେଇ ସେ ସୂଚନା ଦେଇଥିଲେ । ସାମ୍ବାଦିକ ମାନଙ୍କର ପ୍ରଶ୍ନର ଉତର ଦେଇ ଶ୍ରୀ ଦାସ କହିଥିଲେ ଯେ ସାଂସଦ ପ୍ରସନ୍ନ ଆଚାର୍ୟ୍ୟଙ୍କ ପ୍ରଶ୍ନ ଉପରେ କେନ୍ଦ୍ର ଆଇନ ମନ୍ତ୍ରୀ ରାଜ୍ୟସଭାରେ ଦେଇଥିବା ଉତରରେ କହିଥିଲେ ଯେ ରାଜ୍ୟ ସରକାର ଏସମ୍ପର୍କରେ ପ୍ରସ୍ତାବ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଚିଠି ମଧ୍ୟ ଲେଖିଛନ୍ତି । ମାତ୍ର ସେଥିରେ ରାଜ୍ୟପାଳ ବା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅନୁମୋଦନ ନାହିଁ । ଯେତେେବେଳେ ଏନେଇ ୂଚିଠି ଦିଆଯାଇଥିଲା ସେତେବେଳ କେନ୍ଦ୍ର ପକ୍ଷରୁ ବିରୋଧ କରାଯାଇପାରିଥାନ୍ତା । ସେତେବେଳେ କଲେ ନାହିଁ କାହିଁକି, ତାଙ୍କୁ କିଏ ମନା କରିଥିଲା? ମୁଖ୍ୟମନ୍ତ୍ରୀ ଯେଉଁ ଚିଠି ଲେଖିଥିଲେ ତାହା ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ନିଆଗଲା ନାହିଁ

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା