Connect with us

ଦେଶ

‘ପଶ୍ଚିମବଙ୍ଗ ରଥଯାତ୍ରା’ ପାଇଁ ବିଜେପିକୁ ଅନୁମତି ଦେଲେନି କୋର୍ଟ

ସାଙ୍କେତିକ ଚିତ୍ର

‘ପଶ୍ଚିମବଙ୍ଗ ରଥଯାତ୍ରା’ ପାଇଁ ବିଜେପିକୁ ଅନୁମତି ଦେଲେନି କୋର୍ଟ
କୋଲକାତା,୬ା୧୨ : କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗର କୁଚ୍ ବିହାରରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଥିବା ବିଜେପିର ରଥଯାତ୍ରା ପାଇଁ ଅନୁମତି ଦେବାକୁ ଗୁରୁବାର ମନା କରିଦେଇଛନ୍ତି । ଆସନ୍ତା ଶୁଣାଣି ଜାନୁଆରୀ ୯ ପର୍ଯ୍ୟନ୍ତ ରଥଯାତ୍ରା ବାହାର ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ୨୪ ଜିଲ୍ଲା ଦେଇ ରଥ ଅତିକ୍ରମ କରିବ ସେହି ଜିଲ୍ଲାର ରିପୋର୍ଟକୁ ତର୍ଜମା କରାଯିବା ପରେ ରଥଯାତ୍ରାକୁ ଅନୁମତି ଦିଆଯିବ କି ନାହିଁ, ତା’ର ନିଷ୍ପତ୍ତି ନିଆଯିବ ବୋଲି କୋର୍ଟ କହିଛନ୍ତି ।

ଏହାପୂର୍ବରୁ ମମତା ବାନାର୍ଜୀ ସରକାର କୋଲକାତା ହାଇକୋର୍ଟଙ୍କୁ ଜଣାଇଦେଇଥିଲେ ଯେ, ବିଜେପିର ରଥଯାତ୍ରାକୁ ତାଙ୍କ ସରକାର ଅନୁମତି ଦେବନାହିଁ । ପଶ୍ଚିମବଙ୍ଗ ରାଜ୍ୟର ପକ୍ଷ ରଖୁଥିବା ଆଡଭୋକେଟ୍ ଜେନେରାଲ ଗୁରୁବାର ସକାଳେ ଏହି ସୂଚନା ଦେଇଥିଲେ । ଅମିତ ଶାହାଙ୍କ ରଥଯାତ୍ରା ଯୋଗୁଁ ପଶ୍ଚିମବଙ୍ଗରେ ସାମ୍ପ୍ରଦାୟିକ ହିଂସା ସୃଷ୍ଟି ହେବାର ଆଶଙ୍କା ରହିଛି । ତେଣୁ ବିଜେପିକୁ ରଥଯାତ୍ରା ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ପଶ୍ଚିମବଙ୍ଗ ସରକାର ଯୁକ୍ତି ଉପସ୍ଥାପନ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ