Connect with us

ଦେଶ

ପରାଜୟରେ ବିଜେପି କ୍ରୋଧ୍ୱାନ୍ୱିତ ହୋଇ ଦେଲା ଟିପ୍ପଣୀ :- “ବିଦେଶୀ ମହିଳାଙ୍କ ସନ୍ତାନ କେବେ ଦେଶପ୍ରେମୀ ହୋଇପାରିବେ ନାହିଁ “

ସାଙ୍କେତିକ ଚିତ୍ର

ପରାଜୟରେ ବିଜେପି କ୍ରୋଧ୍ୱାନ୍ୱିତ ହୋଇ ଦେଲା ଟିପ୍ପଣୀ :- “ବିଦେଶୀ ମହିଳାଙ୍କ ସନ୍ତାନ କେବେ ଦେଶପ୍ରେମୀ ହୋଇପାରିବେ ନାହିଁ “
ନୂଆଦିଲ୍ଲୀ :- ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ପରାଜୟ ବରଣ କରିବାପରେ ବିଜେପି ନେତୃମଣ୍ଡଳୀରେ ବିଷାଦର ଛାୟା ଖେଳିଯାଇଥିବା ବେଳେ ବିଜେପି ନେତାମାନେ କ୍ରୋଧ୍ୱାନ୍ୱିତ ହୋଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କୁ ସମାଲୋଚନା କରିବାକୁ ପଛାଉ ନାହାନ୍ତି । ଟିକେ ଆଗକୁ ଯାଇ ବିଜେପି ମହାସଚିବ କୈଳାସ ବିଜୟବର୍ଗୀୟ ନିଜ ଟୁଇଟର ଜରିଆରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି ।

ସେ କହିଛନ୍ତିଯେ , ବିଦେଶୀ ମହିଳାଙ୍କଠାରୁ ଜନ୍ମିତ ସନ୍ତାନ ଦେଶପ୍ରେମୀ ହୋଇପାରିବେ ନାହିଁ । କୈଳାସଙ୍କ ଏହି ଟୁଇଟ୍ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଉଦିଷ୍ଟ । ସୂଚନାଯୋଗ୍ୟଯେ , କୈଳାସଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ନୂଆ ନୁହେଁ, ପୂର୍ବରୁ ମଧ୍ୟ ସେ ବଲିଉଡ ଅଭିନେତା ଶାହରୁଖ ଖାନ, ଅମୀର ଖାନ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ