Connect with us

ବିଦେଶ

ପଦାର୍ଥ ବିଜ୍ଞାନରେ ୩ଜଣଙ୍କୁ ନୋବେଲ

ସାଙ୍କେତିକ ଚିତ୍ର

ପଦାର୍ଥ ବିଜ୍ଞାନରେ ୩ଜଣଙ୍କୁ ନୋବେଲ
ଷ୍ଟକହୋମ୍,୨ା୧୦ : ଲେଜର ଫିଜିକ୍ସରେ ଉଲ୍ଲେଖନୀୟ ଅବଦାନ ପାଇଁ ଆମେରିକାର ଅର୍ଥର ଆଶକିନ୍, ଫ୍ରାନ୍ସର ଗେରାର୍ଡ ମୌରୁ ଏବଂ କାନାଡାର ଡୋନା ଷ୍ଟିକ୍ଲାଣ୍ଡ ଚଳିତବର୍ଷ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ମଙ୍ଗଳବାର ରୟାଲ ସ୍ୱିଡିଶ ଆକାଡେମି ଅଫ୍ ସାଇନ୍ସ ସଂସ୍ଥାନରେ ନୋବେଲ ପୁରସ୍କାର କମିଟିର ଘୋଷଣା ଅନୁସାରେ ପୁରସ୍କାର ରାଶିର ଅଧା ଆଶକିନ୍ ଏବଂ ବାକି ଅଧା ମୌରୁ ଓ ଡୋନାଙ୍କୁ ପ୍ରଦାନ କରାଯିବ ।

ନୋବେଲ ପୁରସ୍କାର ବାବଦକୁ ତିନି ଜଣଙ୍କୁ ୧.୦୧ ନିୟୁତ ଡଲାର କିମ୍ବା ୮୭୦,୦୦୦ ୟୁରୋ ମିଳିବ । ଅପ୍ଟିକାଲ ଟ୍ୱିଜର୍ସ ଏବଂ ଜୈବିକ ପ୍ରଣାଳୀରେ ଏହାର ଅନୁପ୍ରୟୋଗର ଆବିଷ୍କାର ପାଇଁ ଅର୍ଥର ଆଶକିନ୍ଙ୍କୁ ଓ ଉଚ୍ଚ ତୀବ୍ରତାର ଅଲଟ୍ରା-ସର୍ଟ ଅଫ୍ଟିକାଲ ପଲ୍ସେସ୍ ଆବିଷ୍କାର ପାଇଁ ମୌରୁ ଏବଂ ଡୋନାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯିବ । ୯୬ ବର୍ଷିୟ ଆଶକିନ୍ ବୟସ୍କ ଭାବେ ନୋବେଲ ପାଉଥିବା ବେଳେ ୫୫ ବର୍ଷ ପରେ ଜଣେ ମହିଳା ଭାବେ ଷ୍ଟିକଲାଣ୍ଡ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ।

ଏହାପୂର୍ବରୁ ଜଣେ ମହିଳା ଭାବେ ମାରି କୁରି ୧୯୦୩ରେ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିଲେ । ଏହାପୂର୍ବରୁ ସୋମବାର ଦିନ ଚଳିତବର୍ଷର ଭେଷଜ ବିଜ୍ଞାନରେ ନୋବେଲ ପୁରସ୍କାର ପାଇଁ ଆମେରିକାର ଜେମ୍ସ ଆଲିସନ ଓ ଜାପାନର ତାସୁକୁ ହୋଞ୍ଜଙ୍କ ନାମ ଘୋଷଣା କରାଯାଇଥିଲା । କର୍କଟ ରୋଗର ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ଜେମ୍ସ ଆଲିସନ ଓ ତାସୁକୁ ହୋଞ୍ଜଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଡିସେମ୍ବର ୧୦ରେ ଷ୍ଟକହୋମରେ ହେବାକୁ ଥିବା ଉତ୍ସବରେ କିଙ୍ଗ କାର୍ଲ ପଞ୍ଚଦଶ ଗୁସ୍ତାଫ ସେମାନଙ୍କୁ ପୁରସ୍କୃତ କରିବେ ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ