Connect with us

ଅପରାଧ

ନୂଆ ପୋଲିସ କମିଶନରଙ୍କ ଦାୟିତ୍ୱ ଗ୍ରହଣ


ଭୁବନେଶ୍ୱର,୩ା୮ :ଦୈତନଗରି ର ନୂଆ ପୋଲିସ କମିଶନର ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ ମହାନ୍ତି । ଆଜି ଭୁବନେଶ୍ୱରରେ ପୋଲିସ କମିଶନରେଟ୍ କାର୍ଯ୍ୟାଳୟରେ ସେ ବିଦାୟୀ କମିଶନର ୱାଇ.ବି.ଖୁରାନିଆଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ନୂଆ ପୋଲିସ କମିଶନର କହିଛନ୍ତି ଯେ, ଲୋକଙ୍କ ଆସ୍ଥାଭାଜନ ହେବା ମୋର ପ୍ରଥମ କାମ ହେବ । ସେବା ମନୋଭାବ ଉପରେ ଗୁରୁତ୍ୱ ଦିଆଯିବ । ଜନସାଧାରଣଙ୍କୁ ପୋଲିସ କାର୍ଯ୍ୟରେ ଭାଗୀଦାର କରାଯିବ । ମହାନଗରର ଟ୍ରାଫିକ ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଆଗକୁ ହକି ବିଶ୍ୱକପ ହେବାକୁ ଥିବାରୁ ଏହାର ସୁପରିଚାଳନାକୁ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ନୂଆ ପୋଲିସ କମିଶନର । ଖେଳାଳିମାନେ ଯେଭଳି ଭୁବନେଶ୍ୱରରୁ ଭଲ ଅନୁଭୂତି ନେଇ ଫେରିବେ ସେ ଉପରେ ଅଧିକ ଗୁରୁତ୍ୱ ଦିଆଯିବ । ଚଳିତ ମାସରେ ଦୁଇଟି ମଡେଲ ଥାନା ଖୋଲାଯିବ ବୋଲି କହିଛନ୍ତି ନୂଆ ପୋଲିସ କମିଶନର ।,ପ୍ରକାଶଯୋଗ୍ୟେଯେ୧୯୮୮ ବ୍ୟାଚର ଆଇପିଏସ୍ ଅଫିସର ହେଉଛନ୍ତି ସତ୍ୟଜିତ ମହାନ୍ତି । ୧୯୯୦ ମସିହାରେ ସେ ଜୟପୁର ଏଏସ୍ପି ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ । ଏହାପରେ ପୁରୀ ଅତିରିକ୍ତ ଏସ୍ପି, କୋରାପୁଟ, ରାଉରକେଲା, କଟକ ଓ ବାଲେଶ୍ୱର ଏସ୍ପି ଭାବେ ତାଙ୍କର ପୋଷ୍ଟିଂ ହୋଇଥିଲା । ଏହାପରେ ଭିଜିଲାନ୍ସ ଏସ୍ପି, ଅତିରିକ୍ତ ପରିବହନ କମିଶନର ଭାବେ ସତ୍ୟଜିତ ମହାନ୍ତି କାମ କରିଥିଲେ । ଉତରାଞ୍ଚଚଳ, କେନ୍ଦ୍ରାଞ୍ଚଚଳ ଓ ପଶ୍ଚିମାଞ୍ଚଚଳ ଡିଆଇଜି ଭାବେ କାମ କରିବାପରେ ତାଙ୍କର ପଦୋନ୍ନତି ହୋଇଥିଲା । ପଶ୍ଚିମାଞ୍ଚଚଳ ତଥା ଗୃହରକ୍ଷୀ ବିଭାଗୀୟ ଆଇଜି ଭାବେ ମଧ୍ୟ ସେ କାମ କରିଛନ୍ତି । ୨୦୦୪ ମସିହାରେ ଉକ୍ରୃଷ୍ଟ ସେବା ପାଇଁ ତାଙ୍କୁ ସମ୍ମାନଜନକ ପୋଲିସ ମେଡାଲ ପ୍ରଦାନ କରାଯାଇଥିଲା । ସ୍ନାତକୋତର ଶିକ୍ଷା ବ୍ୟତୀତ ସେ ଉକ୍ରଳ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଓ ପୁଡୁଚେରୀ ବିଶ୍ୱବିଦ୍ୟାଳୟରୁ ମାନବାଧିକାର ଶିକ୍ଷାରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ପୋଲିସ ବିଭାଗରେ ସୁଧାରୀକରଣକୁ ଗୁରୁତ୍ୱ ଦେଉଥିବା ସତ୍ୟଜିତ ତିନୋଟି ପୁସ୍ତକ ମଧ୍ୟ ଲେଖିଛନ୍ତି । ସତ୍ୟଜିତଙ୍କ ଲିଖିତ ପୁସ୍ତକ ମଧ୍ୟରେ ରହିଛି ହ୍ୟୁମାନ୍ ରାଇଟସ, ପୋଲିସ୍ ଇନ୍ ଇଣ୍ଡିଆ ରେଲ୍ ରେସପନ୍ସିବିଲିଟି ଆଣ୍ଡ ଆକାଉଂଟବିଲିଟି ଓ ହ୍ୟୁମାନ୍ ବିହେଭିୟର ଆଣ୍ଡ ପୋଲିସ ଏଥିକ୍ସ । ନିକଟରେ ଜାତୀୟ ପୋଲିସ ମିଶନର ଏକଜିକ୍ୟୁଟିଭ୍ କମିଟିକୁ ସତ୍ୟଜିତ ମହାନ୍ତି ମନୋନୀତ ହୋଇଛନ୍ତି । ଟେନିସ୍ ଖେଳରେ ବିଶେଷ ରୁଚି ରଖନ୍ତି ସତ୍ୟଜିତ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ