Connect with us

ଦେଶ

ନୂଆ ଆର୍ବିଆଇ ଗଭର୍ଣ୍ଣର ଦୁର୍ନୀତିଗ୍ରସ୍ତ : ସୁବ୍ରମଣ୍ୟମ ସ୍ୱାମୀ

ସାଙ୍କେତିକ ଚିତ୍ର

ନୂଆ ଆର୍ବିଆଇ ଗଭର୍ଣ୍ଣର ଦୁର୍ନୀତିଗ୍ରସ୍ତ : ସୁବ୍ରମଣ୍ୟମ ସ୍ୱାମୀ
ନୂଆଦିଲ୍ଲୀ,୧୨ା୧୨ : ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ବୁଧବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ନବନିଯୁକ୍ତ ଗଭର୍ଣ୍ଣରଙ୍କ ଉପରେ ଗୁରୁତର ଅଭିଯୋଗ ଲଗାଇଛନ୍ତି । ନୂଆ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଜଣେ ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ସେ ପୂର୍ବରୁ ଦୁର୍ନୀତିରେ ଲିପ୍ତ ରହିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ସ୍ୱାମୀ କହିଛନ୍ତି ଯେ, ଦାସଙ୍କୁ ଆରବିଆଇ ଗଭର୍ଣ୍ଣର ଭାବେ ନିଯୁକ୍ତି ଦେବା ଏକ ଭୁଲ ନିଷ୍ପତ୍ତି । ଶକ୍ତିକାନ୍ତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ପି.ଚିଦାମ୍ବରମଙ୍କ ସହ ଦୁର୍ନୀତିରେ ଲିପ୍ତ ରହିଥିଲେ । ଏପରିକି କୋର୍ଟରେ ଚିଦାମ୍ବରମଙ୍କୁ ଦୁର୍ନୀତି ମାମଲାରୁ ବଞ୍ଚାଇବାକୁ ସେ ଚେଷ୍ଟା କରିସାରିଛନ୍ତି । କାହିଁକି ଏପରି ନିଷ୍ପତ୍ତି ନିଆଗଲା ତାହା ମୋତେ ଜଣାନାହିଁ । ନୂଆ ଆରବିଆଇ ଗଭର୍ଣ୍ଣର ନିଯୁକ୍ତିକୁ ବିରୋଧ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଚିଠି ଲେଖିଥିବା ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ସୋମବାର ଉର୍ଜିତ ପଟେଲ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦରୁ ଇସ୍ତଫା ଦେଇଥିଲେ । ବ୍ୟକ୍ତିଗତ କାରଣରୁ ସେ ଇସ୍ତଫା ଦେଇଥିବା ଦର୍ଶାଇଥିଲେ । ତାଙ୍କ ସ୍ଥାନରେ ମଙ୍ଗଳବାର ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଭାବେ ନିଯୁକ୍ତି ଦିଆଯାଇଛି ।

ସେ ପଞ୍ଚଦଶ ଅର୍ଥ ଆୟୋଗର ସଦସ୍ୟ ଅଛନ୍ତି । ଆରବିଆଇ ଗଭର୍ଣ୍ଣର ପଦରେ ସେ ୩ ବର୍ଷ ପାଇଁ ରହିବେ । ଶକ୍ତିକାନ୍ତ ହେଉଛନ୍ତି ୧୯୮୦ ବ୍ୟାଚ୍ ତାମିଲନାଡୁ କ୍ୟାଡରର ଆଇଏଏସ୍ ଅଧିକାରୀ । ଶକ୍ତିକାନ୍ତ ବୁଧବାର ଆରବିଆଇ ଗଭର୍ଣ୍ଣର ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ