Connect with us

ଓଡିଶା

ନିର୍ବାଚନ ଲଢିବେ ଜାନକୀ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ

ନିର୍ବାଚନ ଲଢିବେ ଜାନକୀ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ
ଭୁବନେଶ୍ୱର,୧୨ ମାର୍ଚ୍ଚ – ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସ୍ୱର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନ ମଇଦାନକୁ ଓହ୍ଲାଇପାରନ୍ତି । କଂଗ୍ରେସ ଦଳ ଟିକେଟ ଦେଲେ ନିର୍ବାଚନ ଲଢିବା ପାଇଁ ସେ ପ୍ରସ୍ତୁତ । ବେଗୁନିଆ-ବୋଲଗଡ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସୁଦୃଢ ଅଛି । ସାରା ରାଜ୍ୟରେ କଂଗ୍ରେସ ସଙ୍ଗଠନ ସୁଦୃଢ କରିବା ମୋର ଲକ୍ଷ୍ୟ ବୋଲି ପୃଥ୍ୱୀବଲ୍ଲଭ ପଟ୍ଟନାୟକ କହିଛନ୍ତି । ତାଙ୍କ ବାପା ଜାନକୀ ବଳ୍ଳଭ ଦୁଇ ଥର ପ୍ରତିନିଧିତ୍ୱ କରିଥିବା ବେଗୁନିଆ ନିର୍ବାଚନମଣ୍ଡଳୀରୁ କଂଗ୍ରେସ ଟିକଟରେ ସେ ଲଢିପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ମଙ୍ଗଳବାର ଦିନ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟାରେ ପୃଥ୍ୱୀବଲ୍ଲଭ କହିଛନ୍ତି, କଂଗ୍ରେସ ଏକାଠି ହେଲେ ଲାଭବାନ ହେବା ସହ ବିଜୟ ହାସଲ କରିବାରେ ଅସୁବିଧା ରହିବ ନାହିଁ । ନିର୍ବାଚନ ଜିତିବା ନେଇ ସେ ଆଶାବାଦୀ । ସମସ୍ତ କଂଗ୍ରେସ ନେତାକୁ ଏକାଠି କରିବା ପାଇଁ ଚେଷ୍ଟା ଜାରି ରହିଛି । କିଏ ଟିକେଟ ପାଇବ , ତାହା ସମ୍ପୂର୍ଣ୍ଣ ଭାବେ ହାଇକମାଣ୍ଡଙ୍କ ଉପରେ ନିର୍ଭର କରୁଛି । ଚଳିତ ଥର ନିର୍ବାଚନରେ କଂଗ୍ରେସ ନିଶ୍ଚିତ ଭାବେ ଭଲ କରିବ । କେବଳ ରାଜ୍ୟରେ ନୁହେଁ ସାରା ଦେଶରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ସେ କହିଛନ୍ତିି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା