Connect with us

ଅପରାଧ

ନିର୍ବାଚନୀ ମାହୋଲ ଗରମ ଥିବାବେଳେ ,ମାତିଛନ୍ତି ଲୁଟେରା ।

ସାଙ୍କେତିକ

ନିର୍ବାଚନୀ ମାହୋଲ ଗରମ ଥିବାବେଳେ ,ମାତିଛନ୍ତି ଲୁଟେରା ।
ଭୁବନେଶ୍ୱର ,୧୫।୪ ରାଜଧାନୀରୁ ଲୁଟ ,ନିଶା କାରବାର ଓ ଦେହ ବ୍ୟବସାୟ ବନ୍ଦ ହେବାର ନାଁ ଧରୁନାହିଁ । ଦିନ ଦ୍ୱିପ୍ରହର ର ଅସହ୍ୟ ଗରମକୁ ଖାତିର ନକରି କିଛି ଲୁଟେରା କରିଛନ୍ତି ଲୁଟ୍‌ । ସୋମବାର ଦିନ ଡାକ୍ତର ପଦ୍ମଜା ମିଶ୍ର ନାମ୍ନୀ ଜଣେ ମହିଳା ବଡ଼ଗଡ଼ ଥାନା ଅଞ୍ଚଳରେ ଲୁଟ୍‌ର ଶିକାର ହୋଇଛନ୍ତି ।
ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ପଦ୍ମଜା ତାଙ୍କ ପିଲାର ଏକ କୋଚିଂ ସେଣ୍ଟରରେ ନାମ ଲେଖାଇବା ପାଇଁ ରାମ ମନ୍ଦିର ନିକଟକୁ ଯାଇଥିଲେ । ସେଠାରେ ସେଣ୍ଟର କର୍ତ୍ତୃପକ୍ଷ ଶିକ୍ଷାରେ ସହାୟତା ପାଇଁ ପଦ୍ମଜାଙ୍କୁ ଏକ ଟାବ୍‌ଲେଟ୍‌ କିଣିବା ପାଇଁ ପ୍ରସ୍ତାବ ଦେଇଥିଲେ । ତେଣୁ ସେ ବଡ଼ଗଡ଼ ଥାନା ଅଧୀନ କେଦାରଗୌରୀ ବିହାରସ୍ଥିତ ଘରକୁ ଫେରି ଆସିଥିଲେ । ଘରୁ ସେ ୩୦ ହଜାର ଟଙ୍କା ସହ ଅନ୍ୟାନ୍ୟ କାଗଜପତ୍ର ଧରି ଏକ ସ୍କୁଟିରେ ଅପରାହ୍ନ ପ୍ରାୟ ୧.୪୦ସମୟରେ ଯାଉଥିବା ବେଳେ ରବିଟକିଜ୍‌ ଛକ ନିକଟରେ ୨ ଜଣ ଲୁଟେରାଏକ ବାଇକ୍‌ରେ ଆସି ତାଙ୍କ ଟଙ୍କା ବ୍ୟାଗ୍‌ ଛଡ଼ାଇ ନେଇ ଗଧିଆଖାଲ ବସ୍ତି ଆଡ଼କୁ ପଳାଇ ଯାଇଥିଲେ ବୋଲି ପଦ୍ମଜା ଅଭିଯୋଗ କରିଛନ୍ତି । ଏ ନେଇ ବଡ଼ଗଡ଼ ଥାନାରେ ଅଭିଯୋଗ ହେଲାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ