Connect with us

ଓଡିଶା

ନବୀନ ସରକାର ଦେଶର ସଂଗ୍ରାମୀ ମାନଙ୍କୁ ଅପମାନିତ କରୁଛନ୍ତି : ଯୋଗୀ

ସାଙ୍କେତିକ

ନାଚୁଣୀ ବୁଥ ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗଦେଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
ନବୀନ ସରକାର ଦେଶର ସଂଗ୍ରାମୀ ମାନଙ୍କୁ ଅପମାନିତ କରୁଛନ୍ତି : ଯୋଗୀ
– ପାଇକ ବିଦ୍ରୋହ ସ୍ମାରକୀ ପାଇଁ ଜମି ଦେଉ ନାହାନ୍ତି ରାଜ୍ୟ ସରକାର
ଖୋର୍ଦ୍ଧା/ଭୁବନେଶ୍ୱର, ୨୦ ଫେବୃଆରୀ – ନବୀନ ସରକାର ଦେଶର ସଂଗ୍ରାମୀ ମାନଙ୍କୁ ଅପମାନିତ କରୁଛନ୍ତି । ପଇକ ବିଦ୍ରାହ ୨୦୦ ବର୍ଷ ପୂର୍ତିରେ ବୀର ପାଇକଙ୍କ ସ୍ମୃତିରେ ଭବ୍ୟ ସ୍ମାରକୀ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ଏଥିପାଇଁ
ଅର୍ଥ ବ୍ୟବସ୍ଥା ମଧ୍ୟ କରିଛନ୍ତି । ମାତ୍ର ରାଜ୍ୟ ସରକାର ଜମି ଯୋଗାଉ ନାହାଁନ୍ତି । ପାଇକମାନଙ୍କ ପ୍ରତି ନବୀନ ବାବୁଙ୍କ ଆଦୈା ସମ୍ମାନ ନାହିଁ । ଯଦି ସମ୍ମାନ ଥାଆନ୍ତା ତାହେଲେ କେବେ ଠାରୁ ଜମି ଯୋଗାଇ ଦେଇଥାନ୍ତେ ବୋଲି ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ।
ଖୋର୍ଦ୍ଧା ନାଚୁଣୀଠାରେ ବୁଥ ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗଦେଇ କାର୍ଯ୍ୟକର୍ତା ମାନଙ୍କୁ ଉଦବୋଧନ ଦେଇ ଯୋଗୀ କହିଛନ୍ତି ଯେ ଓଡିଶା ସରକାର ଟଙ୍କିକିଆ ଚାଉଳ ଦେଉଛି କହି ଆତ୍ମ ପ୍ରଚାର କରିଚାଲିଛି । ବାସ୍ତବରେ ୩୧ ଟଙ୍କା ଚାଉଳରେ ୨୯ ଟଙ୍କା କେନ୍ଦ୍ର ସରକାର ଦେଉଛି ଏବଂ ମାତ୍ର ୧ ଟଙ୍କା ରାଜ୍ୟ ସରକାର ଦେଉଛନ୍ତି । ଯୋଗୀ ଆଦିତ୍ୟନାଥ କହିଛନ୍ତି , ରାଜ୍ୟସରକାର କେନ୍ଦ୍ରସରକାରଙ୍କ ଯୋଜନାରୁ ରାଜ୍ୟବାସୀଙ୍କୁ ବଂଚିତ ରଖୁଛନ୍ତି । ଆୟ୍ୁଷ୍ମାନ ଭାରତ ଓ କିଷାନ ସମ୍ମାନ ନିଧୀ ଭଳି ଯୁଗାନ୍ତକାରୀ ଯୋଜନାରୁ ଓଡିଶାବାସୀଙ୍କୁ ବଂଚିତ କରୁଛନ୍ତି ନବୀନ ସରକାର । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧୀ ଯୋଜନାରେ କୃଷକକୁ ୬ ହଜାର ଟଙ୍କା ସହାୟତା ମିଳିବ । ଉତରପ୍ରଦେଶରେ ୧ କୋଟି ଚାଷୀଙ୍କ ତାଲିକା କେନ୍ଦ୍ରସରକାରକୁ ପଠାଯାଇଛି । କିନ୍ତୁ ଗରୀବ ଚାଷୀଙ୍କ ପାଖରେ ଟଙ୍କା ପହଂଚାଇବାକୁ ଏଠି ନବୀନ ସରକାର ଚାହୁଁନାହାଁନ୍ତି । ଟଙ୍କା ଆସିଲେ ନବୀନ ବାବୁ ଗରୀବ ଚାଷୀଙ୍କୁ ଆଉ ଧୋକ୍କା ଦେଇ ପାରିବେ ନାହିଁ । ସେ ଭୟରେ ରାଜ୍ୟସରକାର ଚାଷୀଙ୍କ ତାଲିକା କେନ୍ଦ୍ର ସରକାରଙ୍କ ପାଖକୁ ପଠାଉ ନାହାଁନ୍ତି ।
୨୦୧୯ରେ ମୋଦିଙ୍କୁ ପ୍ରଧାନମନ୍ତ୍ରୀ ବନାଇବା ପାଇଁ ଓଡିଶାର ଜନତା ମନ ବଳାଇ ସାରିଛନ୍ତି । ଏଥି ସହ ମିଶନ ୧୨୦ ଲକ୍ଷ୍ୟ ବୁଥସ୍ତରୀୟ କାର୍ଯ୍ୟକର୍ତାମାନଙ୍କ ଦ୍ୱାରା ପୂରା ହୋଇ ପାରିବ । ପ୍ରଧାନମନ୍ତ୍ରୀ ମୋଦି ଭାରତକୁ ନୂଆ ଭାବରେ ଗଢି ତୋଳିବାର ସଂକଳ୍ପ ନେଇଛନ୍ତି । ଦେଶରେ ଭଷ୍ଟ୍ରାଚାର, ଆତଙ୍କବାଦ, ଅରାଜକତା ଆଦିକୁ ପ୍ରଶୟ ଦିଆଯିବ ନାହିଁ । ସାଢେ ୪ ବର୍ଷ ପୂର୍ବେ ନରେନ୍ଦ୍ର୍ର ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ବେଳେ କହିଥିଲେ କି ,ଆମ ସରକାର ଗାଁ, ଗରୀବ, କୃଷକ, ମହିଳା, ଯୁବକ ତଥା ସମାଜର ସମସ୍ତ ବର୍ଗଙ୍କ ପାଇଁ କାର୍ଯ୍ୟ କରିବ । ସେହି ଲକ୍ଷ୍ୟରେ ମୋଦୀଜୀ କାର୍ଯ୍ୟ କରୁଛନ୍ତି । ମୋଦୀ ସରକାରଙ୍କ ନେତୃତ୍ୱରେ ରାଜ୍ୟରେ ବିଜେପି ସରକାର ଆସିଲେ ଓଡିଶାର ବିକାଶ ହୋଇପାରିବ ବୋଲି ସେ କହିଛନ୍ତି ।
ସମ୍ପୃକ୍ତ ବୁଥ ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀରେ ଯୋଗୀ ଆଦିତ୍ୟନାଥ ପୁଲୱାମା ଘଟଣାକୁ ନିନ୍ଦା କରିବା ସହ ସହିଦ ବାହାଦୁର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ । ସେନା ତରଫରୁ କୁହାଯାଇଛି କି,କାଶ୍ମିରୀରେ ଯିଏ ବନ୍ଧୁକ ଉଠାଇବା ତାର ମୃତ୍ୟୁ ସୁନିଶ୍ଚିତ । ଆତଙ୍କବାଦ, ନକ୍ସଲବାଦ, ଅରାଜକତା ଭଳି ସମସ୍ୟାର ସମାଧନ କେବଳ ପ୍ରଧାନମନ୍ତ୍ରୀ ମୋଦି ହିଁ ସମାଧାନ କରିପାରିବେ ।
ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ, ୧୯୪୭-୨୦୧୪ ମସିହା ପର୍ଯ୍ୟନ୍ତ ମାତ୍ର ୧୩ କୋଟି ଲୋକଙ୍କୁ ଗ୍ୟାସ ମିଳିଥିଲା । କିନ୍ତୁ ଗତ ସାଢେ ୪ ବର୍ଷ ଭିତରେ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୨ କୋଟିରୁ ଉଦ୍ଧ୍ୱର୍ ଲୋକଙ୍କୁ ରୋଷେଇ ଗ୍ୟସ ଯୋଗାଇ ଦେଇଛନ୍ତି । ସେଥିମଧ୍ୟରୁ ଉଜ୍ଜଳା ଯୋଜନା ମାଧ୍ୟମରେ ସାଢେ ୬ କୋଟି ସଂଯୋଗ ସମ୍ପୃର୍ଣ୍ଣ ଭାବେ ନିଶୁଳ୍କ ପ୍ରଦାନ କରାଯାଇଛି । ସ୍ୱଚ୍ଛ ଭାରତ ଯୋଜନାରେ ଗତ ସାଢେ ୨ ବର୍ଷ ମଧ୍ୟରେ ଉତର ପ୍ରଦେଶରେ ୨ କୋଟି ୬୦ ଲକ୍ଷ ଲୋକଙ୍କୁ ଶୌଚାଳୟ ଯୋଗାଇ ଦିଆଯାଇଛି । କିନ୍ତୁ ଓଡିଶା ସରକାର ଆଜି ପର୍ଯ୍ୟନ୍ତ ସବୁ ଘରେ ଶୌଚାଳୟ ପହଂଚାଇ ପାରରିଲେନାହିଁ । ସେହିପରି ଉତରପ୍ରଦେଶରେ ୨ ବର୍ଷ ଭିତରେ ୨୦ ଲକ୍ଷ ଲୋକଙ୍କୁ ପକ୍କା ଘର ଯୋଗାଇଛି ।ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନ୍ତର୍ଗତ ଓଡିଶାରେ ଗତ ୧୯ ବର୍ଷ ମଧ୍ୟରେ କେବଳ ୧୭ ଲକ୍ଷ ଲୋକଙ୍କୁ ପକ୍କା ଘର ମିଳି ପାରିଛି । ୧ କୋଟି ଲୋକଙ୍କୁ ସୌଭାଗ୍ୟ ଯୋଜନା ମାଧ୍ୟମରେ ନିଶୁକ୍ଲ ବିଦ୍ୟୁତ ସଂଯୋଗ ପ୍ରଦାନ କରାଯାଇଛି । ସାଢେ ୯ କୋଟି ଲୋକଙ୍କୁ ଶୌଚାଳୟ ଯୋଗାଇ ଦିଆଯାଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ୨.୫୦କୋଟି ଲୋକଙ୍କୁ ପକ୍କାଘର ପ୍ରଦାନ କରାଯାଇଛି । କିନ୍ତୁ ଓଡିଶାରେ ନବୀନ ବାବୁ ଦୀର୍ଘ ଦିନ ଧରି ଶାସନ କରିବା ସତ୍ୱେ ଆଜି ପର୍ଯ୍ୟନ୍ତ ରାଜ୍ୟର ବିକାଶ ହୋଇପାରିଲା ନାହିଁ ।
ମିଶନ ୨୦୧୯ ବୁଥକୁ ପ୍ରାଧାନ୍ୟ ଦେବା ଆବଶ୍ୟକ । ‘ମେରା ବୁଥ ସବସେ ମଜବୁତ’ ଅନୁଯାୟୀ ନିଜ ନିଜର ବୁଥକୁ ମଜବୁତ କରିବାକୁ ଯୋଗୀ ଆହ୍ୱାନ ଦେଇଛନ୍ତି । ବୁଥ ମଜବୁତ କରି ନିଜ ପାର୍ଥୀକୁ ବିଜୟୀ କରାଇଲେ ଦୁନିଆର କେହି ବି ଆମକୁ ନିର୍ବାଚନରେ ହରାଇ ପାରିବେନି । ଆଗାମୀ ୨୦୨୨ ସୁଦ୍ଧା ଆମେ ଗରୀବ, ଭ୍ରଷ୍ଟାଚାର, ବେରଜୋଗାର , ଆତଙ୍କବାଦ, ନକ୍ସଲବାଦ, ଅରାଜକତାମୁକ୍ତ ଭାରତ ନିର୍ମାଣ କରିବା । ରାଜ୍ୟରେ ବିକାଶ ଏବଂ ସୁଶାସନ,ଦେଶର ନାଗରିକଙ୍କୁ ସୁରକ୍ଷା, ନାରୀକୁ ସମ୍ମାନ, ଯୁବକଙ୍କୁ ରୋଜଗାର , କୃଷକମାନଙ୍କ ଆୟ ଦ୍ୱିଗୁଣିତ କେବଳ ବିଜେପି ସରକାର ହିଁ କରିପାରିବ ବୋଲି ଯୋଗୀ ଆଦିତ୍ୟନାଥ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଏହି ସମାବେଶରେ ରାଜ୍ୟସଭାପତି ବସନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଓ ସୁରମା ପାଢୀ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ବିଧାୟକ ଡ. ବିଭୂତି ଭୂଷଣ ହରିଚନ୍ଦନ, ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ, ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ସମେତ ବୁଥସ୍ତରୀୟ ସମସ୍ତ କାର୍ଯ୍ୟକର୍ତା ଓ ସାଧାରଣ ଜନତା ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା