Connect with us

ଆମ ଖବର

ନବୀନଙ୍କର ଓଡିଆ ଭାଷା ପ୍ରତି ମମତା ଓ ପ୍ରତିବଦ୍ଧତା ରହିଛି : ଅମର ଶତପଥୀ

ସାଙ୍କେତିକ ଚିତ୍ର

ନବୀନଙ୍କର ଓଡିଆ ଭାଷା ପ୍ରତି ମମତା ଓ ପ୍ରତିବଦ୍ଧତା ରହିଛି : ଅମର ଶତପଥୀ
ଭୁବନେଶ୍ୱର :- ସତ୍ୟବାଦୀର ବକୁଳବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଆ ବିଶ୍ୱବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ କରିଥିବାରୁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଧନ୍ୟବାଦ ଦେବାସହ ଉକ୍ତ ବିଶ୍ୱ ବିଦ୍ୟାଳୟର ପ୍ରଥମ ଛାତ୍ର ଭାବେ ଆଡମିଶନ ନେବା ପାଇଁ ପରାମର୍ଶ ଦେଇଛନ୍ତି ।ସେ କହିଛନ୍ତି ଯେ ଓଡିଆରେ କହି ପାରୁନଥିବା କିଛି ସେବା ଅଧିକାରୀମାନଙ୍କୁ ମଧ୍ୟ ଏହି ବିଶ୍ୱ ବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ଦିଆଯାଉ । ସେହିପରି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ କଟାକ୍ଷ କରି କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଓଡିଆରେ ଠିକ୍ ଭାବେ କହିପାରୁନାହାନ୍ତି । ଉଚ୍ଚାରଣ ଠିକ୍ ହେଉନାହିଁ । ସେହି ବିଶ୍ୱବିଦ୍ୟାଳୟରେ ଆଡମିଶନ ନେଲେ ଭାଷା , ଜ୍ଞାନ ବ୍ୟାପକ ହେବ ।
ଅପରପକ୍ଷରେ ଶାସକ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଉଭୟ କଂଗ୍ରେସ ନେତାଙ୍କ ବ୍ୟଙ୍ଗାତ୍ମକ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ନବୀନ ବାବୁଙ୍କର ଓଡିଆ ଭାଷା ପ୍ରତି ମମତା ଓ ପ୍ରତିବଦ୍ଧତା ରହିଛି । ତାଙ୍କ ସମୟରେ ଓଡିଆ ଭାଷର ଶାସ୍ତ୍ରୀୟତା ମାନ୍ୟତା ପାଇଛି । ପୂର୍ବରୁ ଓଡିଶାକୁ ଓରିଶା ଏବଂ ଓଡିଆକୁ ଓରିଆ କୁହାଯାଉଥିବା । ବର୍ତମାନ ଏହାର ସଂଶୋଧନ କରାଯାଇଛି । ସରକାରୀ ନଥିପତ୍ର ଓଡିଆ ଭାଷାରେ ପ୍ରକାଶ ପାଉଛି ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର