Connect with us

ଓଡିଶା

“ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ’

ସାଙ୍କେତିକ ଚିତ୍ର

“ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ’
ଭୁବନେଶ୍ୱର,୨୭ା୧୧ : ଆଗାମୀ ନିର୍ବାଚନରେ ଓଡ଼ିଶାର ଶାସନ ମଙ୍ଗ କିଏ ଧରିବ ସେଥିପାଇଁ ଚାଲିଛି ଅଙ୍କ କଷା । କେଉଁ ରାଜନୈତିକ ଦଳ କାହାକୁ ରାଜ୍ୟ ମୁଖିଆ କରିବେ ସେ ନେଇ ବିଚାର ବିମର୍ଷ ଜାରି ରହିଛି । ବିଜେଡିର ଚିତ୍ର ସ୍ପଷ୍ଟ ଥିବା ବେଳେ କଂଗ୍ରେସ ଓ ବିଜେପିର ରଣନୀତି କ’ଣ ରହିଛି ତାହାର କେହି ଟେର୍ ପାଉନାହାନ୍ତି । ତେବେ ଏ ସମସ୍ତ କଳ୍ପନାଜଳ୍ପନାରେ ଆଜି ଯବନିକା ଟାଣିଛନ୍ତି କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବ ତାହାକୁ ସିଏ ସ୍ପଷ୍ଟ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ସେ ଆଜି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଓରାମ କହିଛନ୍ତି ଯେ, ଧର୍ମେନ୍ଦ୍ରଙ୍କୁ ଆମେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିବୁ ବୋଲି ପୂର୍ବରୁ କହି ସାରିଛି । ସେଥିପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି । ଯିଏ ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତୁ ଓଡ଼ିଶାରେ ନବୀନ ସରକାର ଯିବା ଦରକାର । ଏହା ସହିତ ରାଜ୍ୟରେ ତାମିଲ ଶାସନ ଶେଷ ହେବା ଦରକାର ବୋଲି ଓରାମ କହିଛନ୍ତି । ସେହିପରି ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଓ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦଳ ଛାଡିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ଏହା ତାଙ୍କର ବ୍ୟକ୍ତିଗତ ବ୍ୟାପାର । ସେମାନେ ଦଳ ଛାଡିଲେ କ୍ଷତି ହେବ, ମାତ୍ର ଦଳ କ୍ଷତିଭରଣା କରିବାକୁ ଚେଷ୍ଟା କରିବ । ରାଉରକେଲାବାସୀଙ୍କ ବିକାଶ ନୁହେଁ ରାଜନୈତିକ କାରଣ ପାଇଁ ସେମାନେ ଦଳ ଛାଡୁଛନ୍ତି । ଦିଲ୍ଲୀପ ରାୟଙ୍କ ସହିତ ବ୍ୟକ୍ତିଗତ ସମ୍ପର୍କ ବହୁତ ଭଲ କିନ୍ତୁ ରାଜନୈତିକ ସମ୍ପର୍କ ଅସ୍ଥାୟୀ ଅଟେ ।

ତେବେ ରାଉରକେଲା ଆଇଜିଏଚ୍ ମେଡିକାଲରୁ ସୁପର ସ୍ପେଶାଲିଟି ହସ୍ପିଟାଲର ମାନ୍ୟତା ପାଇଁ କାମ ଚାଲୁ ରହିଛି । ତେବେ ବ୍ରାହ୍ମଣୀ ସେତୁର କାମ ବିଳମ୍ବ ପାଇଁ ରାଜ୍ୟ ସରକାରୀ ଦାୟୀ ଅଟନ୍ତି । ରାଜ୍ୟ ସରକାର ଜଙ୍ଗଲ ଜମି ଅନୁମତି ଦେଇ ନଥିବାରୁ ସେତୁ କାମରେ ବିଳମ୍ବ ହେଉଥିବା ସେ ପ୍ରକାଶ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା