Connect with us

ବିଦେଶ

ଦୁଇ ଆମେରିକୀୟ ଅର୍ଥନୀତିଜ୍ଞଙ୍କୁ ନୋବେଲ

ସାଙ୍କେତିକ ଚିତ୍ର

ଦୁଇ ଆମେରିକୀୟ ଅର୍ଥନୀତିଜ୍ଞଙ୍କୁ ନୋବେଲ
ଷ୍ଟକ୍ହୋମ,୮ା୧୦ : ଦୁଇ ଆମେରିକୀୟ ଅର୍ଥନୀତିଜ୍ଞ ୱିଲିୟମ ନୋରଧାଉସ୍ ଏବଂ ପଲ ଏମ୍ ରୋମେର ଚଳିତ ବର୍ଷ ପାଇଁ ଅର୍ଥନୀତିରେ ନୋବେଲ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ନୋରଧାଉସ୍ ୟାଲେ ବିଶ୍ୱବିଦ୍ୟାଳୟରେ ଏବଂ ରୋମେର ନ୍ୟୁୟର୍କ ବିଶ୍ୱବିଦ୍ୟାଳୟରେ ପ୍ରଧ୍ୟାପକ ଭାବେ କାର୍ଯ୍ୟ କରୁଛନ୍ତି । ରୟାଲ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସର ଘୋଷଣା ଅନୁସାରେ ଜଳବାୟୁ ପରିବର୍ତ୍ତନ ସହ ବୈଷୟିକ ଜ୍ଞାନକୌଶଳରେ ପରିବର୍ତ୍ତନ ଓ ସୂକ୍ଷ୍ମ ଅର୍ଥଶାସ୍ତ୍ର (ମାଇକ୍ରୋ ଇକୋନୋମିକ୍ସ) ଉପରେ ଏହାର ପ୍ରଭାବର ବିଶ୍ଲେଷଣ ପାଇଁ ନୋରଧାଉସ୍ ଏବଂ ରୋମେରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଉଭୟ ଏହି ବିଶ୍ଲେଷଣ ମାଧ୍ୟମରେ ପ୍ରକୃତି ଏବଂ ବଜାର ଅର୍ଥନୀତି ମଧ୍ୟରେ ସମ୍ପର୍କର ଏକ ମଡେଲ ପ୍ରସ୍ତୁତ କରିଛନ୍ତି ।

ଏଥିରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଅର୍ଥନୀତିରେ ହେଉଥିବା କ୍ଷୟକ୍ଷତିକୁ ରୋକିବାର ବାଟ କୁହାଯାଇଛି । ପୁରସ୍କାର ରାଶି ଭାବେ ଉଭୟଙ୍କୁ ୧୦.୧ ନିୟୁତ ଆମେରିକୀୟ ଡଲାର ମିଳିବ । ଏହାପୂର୍ବରୁ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଚିକିତ୍ସା ବିଜ୍ଞାନ ଏବଂ ଶାନ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଚଳିତ ବର୍ଷର ନୋବେଲ ପୁରସ୍କାର ଘୋଷରା ହୋଇସାରିଛି । ତେବେ ଚଳିତ ବର୍ଷ ସାହିତ୍ୟରେ ନୋବେଲ ପୁରସ୍କାର ଦିଆଯିବ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ବିଦେଶ