Connect with us

ଦେଶ

ତୈଳ ଦରରେ ଲାଗିବ ନିଆଁ

ସାଙ୍କେତିକ ଚିତ୍ର

ଇରାନ ଉପରେ ୟୁଏସର ପ୍ରତିବନ୍ଧକ
ତୈଳ ଦରରେ ଲାଗିବ ନିଆଁ
ନୂଆଦିଲ୍ଲୀ,୧୬ା୧୦ : ଆଗାମୀ ମାସରେ ଇରାନ ଉପରେ ଲାଗୁ ହେବାକୁ ଯାଉଛି ଆମେରିକାର ନୂତନ ପ୍ରତିବନ୍ଧକ । ଏହି ପ୍ରତିବନ୍ଧକ ମୁତାବକ ଆମେରିକାର ସହଯୋଗୀ ଦେଶ ଇରାନଠୁ କୌଣସି ପ୍ରକାର ତୈଳ ଆମଦାନୀ କରି ପାରିବେ ନାହିଁ । ଆମେରିକାର ନୂତନ ପ୍ରତିବନ୍ଧକ ଆରମ୍ଭ ହେବା ପୂର୍ବରୁ ଭାରତ କହିଛି ଯେ, ତୈଳ ଉପଲବ୍ଧତା ଆମ ପାଇଁ ବଡ ସମସ୍ୟା ନୁହେଁ ବରଂ ଏକ ବଡ ତୈଳ ଆମଦାନୀ କରିପାରିବେ ନାହିଁ ।

ଆମେରିକାର ନୂତନ ପ୍ରତିବନ୍ଧକ ଆରମ୍ଭ ହେବା ପୂର୍ବରୁ ଭାରତ କହିଛି ଯେ, ତୈଳ ଉପଲବ୍ଧତା ଆମ ପାଇଁ ବଡ ସମସ୍ୟା ନୁହେଁ ବରଂ ଏକ ବଡ ତୈଳ ଉତ୍ପାଦନକାରୀ ଦେଶକୁ ହରାଇବା ଭୟ କାରଣରୁ ଇନ୍ଧନର ଦର ବୃଦ୍ଧି ଘଟିବ । ଏଥିରେ ବଜାରର ମାହୋଲ ବିଗିଡିବ । ଇରାନଠୁ ତୈଳ କିଣିବା ପାଇଁ ଆମେରିକାଠୁ ପ୍ରତିବନ୍ଧକରେ କିଛି କୋହଳ କରିବା ଦାବିର ପ୍ରଶ୍ନକୁ ଏଡାଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ସେ ଏହି ବିଷୟରେ ଦେଶର ରାୟ ରଖି ସାରିଛନ୍ତି । ଏହା ଉପରେ ଏବେ ତାଙ୍କୁ ଆଉ କିଛି କହିବାର ନାହିଁ । 

ସୂଚନାଥାଉ କି, ଭାରତ ହେଉଛି ଦୁନିଆର ତୃତୀୟ ବଡ ପେଟ୍ରୋଲିୟମ ପଦାର୍ଥ ବ୍ୟବହାରକାରୀ ଦେଶ । ଭାରତ ନିଜର ଆବଶ୍ୟକତାର ୮୦ ପ୍ରତିଶତ ତୈଳ ଆମଦାନୀ କରିଥାଏ । ଇରାକ ଓ ଦାଉଦି ଆରବ ପରେ ଇରାନ ଭାରତକୁ ତୈଳ ରପ୍ତାନୀ କରିବାରେ ତୃତୀୟ ସବୁଠୁ ବଡ ଦେଶ । କାରଣ ଇରାନ ଭାରତର ୧୦ ପ୍ରତିଶତ ତୈଳ ଆବଶ୍ୟକତାକୁ ପୂରଣ କରିଥାଏ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ