Connect with us

ଓଡିଶା

‘ତିତ୍ଲି’ ଜନିତ କ୍ଷୟକ୍ଷତି ପାଇଁ ଦୁଃଖ ବ୍ୟକ୍ତ କଲେ ୟୁଏନ୍ ମୁଖ୍ୟ

ସାଙ୍କେତିକ ଚିତ୍ର

‘ତିତ୍ଲି’ ଜନିତ କ୍ଷୟକ୍ଷତି ପାଇଁ ଦୁଃଖ ବ୍ୟକ୍ତ କଲେ ୟୁଏନ୍ ମୁଖ୍ୟ
ନ୍ୟୁୟର୍କ,୧୬ା୧୦ : ମିଳିତ ଜାତିସଂଘ (ୟୁଏନ୍) ମୁଖ୍ୟ ତଥା ମହାସଚିବ ଆଣ୍ଟୋନିଓ ଗୁଟ୍ରେସ ଭାରତର ଦୁଇ ରାଜ୍ୟ ଓଡ଼ିଶା ଏବଂ ମଧ୍ୟପ୍ରଦେଶରେ ସାମୁଦ୍ରିକ ଝଡ ‘ତିତ୍ଲି’ ଯୋଗୁଁ ଘଟିଥିବା କ୍ଷୟକ୍ଷତି ଓ ଜୀବନ ହାନୀ ପାଇଁ ଶୋକ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ମିଳିତ ଜାତିସଂଘ ବିପର୍ଯ୍ୟୟ ପରର ମୁକାବିଲା ପାଇଁ ଭାରତ ସରକାରଙ୍କ ପ୍ରୟାସରେ ସହଯୋଗର ହାତ ବଢ଼ାଇବାକୁ ପ୍ରସ୍ତୁତ ଅଛି ।

ସାମୁଦ୍ରିକ ଝଡ ‘ତିତ୍ଲି’ ଯୋଗୁଁ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବର୍ଷା ଓ ଭୂସ୍ଖଳନ ଜନିତ ମୃତ୍ୟୁ ଏବଂ ଆହତଙ୍କ ପାଇଁ ମିଳିତ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗୁଟ୍ରେସ୍ ଦୁଃଖ ବ୍ୟକ୍ତ କରିଛନ୍ତି ବୋଲି ତାଙ୍କ ମୁଖପାତ୍ର କହିଛନ୍ତି । ଏନେଇ ସୋମବାର ବୟାନ ଜାରି କରାଯାଇଛି । ପ୍ରକାଶଯୋଗ୍ୟଯେ, ସାମୁଦ୍ରିକ ଝଡ ‘ତିତ୍ଲି’ ଅକ୍ଟୋବର ୧୧ରେ ଓଡ଼ିଶା ଉପକୂଳ ସ୍ପର୍ଶ କରିଥିଲା । ଏହି ସାମୁଦ୍ରିକ ଝଡରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶରେ ବଡ ବିପର୍ଯ୍ୟୟ ଘଟିଛି । ଓଡ଼ିଶାରେ ‘ତିତ୍ଲି’ ଜନିତ ମୃତ୍ୟୁସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ସାମୁଦ୍ରିକ ଝଡ ଯୋଗୁଁ ୩,୬୦,୫୫୩ ଲୋକ ୧,୬୧୪ଟି ରିଲିଫ୍ କେନ୍ଦ୍ରରେ ଆଶ୍ରୟ ନେଇଥିଲେ । ଏଥିରେ ଓଡ଼ିଶାର ନିୟୁତାଧିକ ଲୋକ ପ୍ରଭାବିତ ହୋଇଛନ୍ତି ।

ବିଶେଷକରି ଓଡ଼ିଶାର ଗଞ୍ଜାମ, ଗଜପତି ଏବଂ ରାୟଗଡ଼ା ଜିଲ୍ଲା କ୍ଷତିଗ୍ରସ୍ତ ହୋଇଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶରେ ସହସ୍ରାଧିକ ଘର ଭାଙ୍ଗିଯାଇଛି । ବିଭିନ୍ନ ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି ଓ ଟେଲି ଯୋଗାଯୋଗ, ବିଦ୍ୟୁତ୍ ସଂଯୋଗ ବ୍ୟାହତ ହୋଇଛି । ମଳିତ ଜାତିସଂଘ ମୁଖ୍ୟ ‘ତିତ୍ଲି’ ଯୋଗୁଁ ମୃତ ଲୋକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ଓ ଆହତ ଖୁବ୍ଶୀଘ୍ର ସୁସ୍ଥ ହେବା ପାଇଁ କାମନା କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା