Connect with us

ଓଡିଶା

ତିତଲି ନେଇଛି ୫୭ ଜୀବନ : ଏସ୍ଆରସି

ସାଙ୍କେତିକ ଚିତ୍ର

ତିତଲି ନେଇଛି ୫୭ ଜୀବନ : ଏସ୍ଆରସି
ଭୁବନେଶ୍ୱର,୧୬ା୧୦ : ବାତ୍ୟା ତିତଲି ଓ ପରବର୍ତ୍ତୀ ବନ୍ୟାରେ ଏପର୍ଯ୍ୟନ୍ତ ୫୭ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ଏସଆରସି ଶ୍ରୀ ସେଠୀ କହିଛନ୍ତି ଯେ ତିତଲି ଓ ତଦ୍‌ଜନିତ ବର୍ଷା ଓ ବନ୍ୟାରେ ରାଜ୍ୟରେ ୫୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଗଜପତି ଜିଲ୍ଲାରେ ସର୍ବାଧିକ ୩୯ ଜଣ , ଗଞ୍ଜାମ ଜିଲ୍ଲାରେ ୧୨ ଜଣ ଓ କନ୍ଧମାଳ ଜିଲ୍ଲାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁୁଦ୍ଧା ଅନ୍ୟ ୧୦ଟି ମାମଲାର ଯାଞ୍ଚ ଚାଲିଛି ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଛନ୍ତି ।

ସେହୀପରି ମୁଖ୍ୟ ଶାସନ ସଚିବ ଆଦିଥ୍ୟପ୍ରସାଦ ପାଢ଼ୀ କହିଛନ୍ତି ଯେ, ତିତଲିରେ ପ୍ରାଥମିକ ଆକଳନ ଅନୁଯାୟୀ ୨୨ଶହ କୋଟି ଟଙ୍କାର କ୍ଷତି ହୋଇଛି । ସର୍ବାଧିକ ୫ଶହ କୋଟି ଟଙ୍କାର କ୍ଷତି କେବଳ ରାସ୍ତାଘାଟରେ ହୋଇଛିି । ଏହି କ୍ଷତିକୁ ରାଜ୍ୟ ବିପର୍ଯ୍ୟ ପ୍ରଶମନ ପାଣ୍ଠିରୁ କରିବାକୁ ଉଦ୍ୟମ ହେଉଛି । ପରେ ଏ ନେଇ କେନ୍ଦ୍ରର ସହାୟତା ନିଆଯିବ ବୋଲି ଶ୍ରୀ ପାଢ଼ୀ କହିଛନ୍ତି ।

ଏହାସହ ବାତ୍ୟାରେ ୧୬ଟି ଜିଲ୍ଲାର ୫୭ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ସେ ପ୍ରକାଶ କରିଛନ୍ତି । ୧୬ଟି ଜିଲ୍ଲାର ୧୪୪ଟି ବ୍ଲକରେ ୫୭ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି । ଗଞ୍ଜାମ, ଗଜପତି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ରାସ୍ତାଘାଟ ଅଧିକ କ୍ଷତି ହୋଇଛି । ଏହି ୪ଟି ଜିଲ୍ଲାରେ ୯୦୦ କିମିଟର ୧୫୧ଟି ରାସ୍ତା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ୧.୪୮ ଲକ୍ଷ ହେକ୍ଟର ଜମି ଓ ୬୫ ହଜାର ଅଣଧାନ ଜମି ନଷ୍ଟ ହୋଇଛି । ପ୍ରତ୍ୟେକ ମାମଲାକୁ ଅନୁଧ୍ୟାନ କରାଯିବା ପରେ ସହାୟତା ଦିଆଯିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା