Connect with us
ମା ଦୁର୍ଗା ବରମୁଣ୍ଡା ପୂଜା ମଣ୍ଡପରେ ….
ମା ଦୁର୍ଗା ପୁନାମା ଗେଟ ପୂଜା ମଣ୍ଡପରେ ….
ରାଧା କୃଷ୍ଣ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ଯମେଶ୍ୱର ପାଟଣା, ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ ….
ମା ଦୁର୍ଗା ବଢେଇବାଙ୍କ ପୁରୁଣା ଭୁବନେଶ୍ୱର ପୂଜା ମଣ୍ଡପରେ …

ଓଡିଶା

ତିତଲିର କ୍ଷୟକ୍ଷତି ନେଇ ରାଜନାଥଙ୍କୁ ସାକ୍ଷାତ କଲେ ଧର୍ମେନ୍ଦ୍ର ପ୍ରଧାନ

ସାଙ୍କେତିକ ଚିତ୍ର

ତିତଲିର କ୍ଷୟକ୍ଷତି ନେଇ ରାଜନାଥଙ୍କୁ ସାକ୍ଷାତ କଲେ ଧର୍ମେନ୍ଦ୍ର ପ୍ରଧାନ
କେନ୍ଦ୍ର ସରକାର ରାଜ୍ୟକୁ ସବୁ ପ୍ରକାର ସାହାଯ୍ୟ ଯୋଗାଇବ
ନୂଆଦିଲ୍ଲୀ/ଭୁବନେଶ୍ୱର, ୧୧ା୧୦(ନିପ୍ର) : ରାଜ୍ୟରେ ସାମୁଦ୍ରିକ ଝଡ଼ ତିତଲିର କ୍ଷୟକ୍ଷତି ନେଇ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ନୂଆଦିଲ୍ଲୀଠାରେ ସାକ୍ଷାତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ବାତ୍ୟା ତିତଲି ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶା ସମ୍ବନ୍ଧରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ ଆଲୋଚନା କରିଥିବା ସେ ସୂଚନା ଦେଇଛନ୍ତି ।

ଶ୍ରୀ ପ୍ରଧାନ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ସାକ୍ଷାତ କରିବା ସମୟରେ ନ୍ୟାସନାଲ ଡିଜାଷ୍ଟର ରେସପନ୍ସ ଫୋର୍ସ (ଏନଡିଆରଏଫ) ଓଡ଼ିଶାର ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସକ୍ରିୟତାର ସହିତ କାର୍ଯ୍ୟ କରିଥିବାରୁ ସେ ଧନ୍ୟବାଦ ଦେଇଥିଲେ । ରାଜ୍ୟର ଆବଶ୍ୟକତା ଅନୁସାରେ ବିପର୍ଯ୍ୟୟ ପରିଚଳନା ସମେତ ପୁନଃ ନିର୍ମାଣ ଓ ପୁନଃ ଥଇଥାନ କାମରେ କେନ୍ଦ୍ର ସରକାର ରାଜ୍ୟକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବା ନେଇ ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ସାମୁଦ୍ରିକ ଝଡ଼ ତିତଲି ଓଡ଼ିଶାରେ ଅଧିକ କ୍ଷୟକ୍ଷତି ନ କରିବା ଦୁର୍ଗାପୂଜା ଅବ୍ୟବହିତ ପୂର୍ବରୁ ମା ଦୁର୍ଗା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅପାର କରୁଣା ବୋଲି କହିଛନ୍ତି । ବାତ୍ୟାର ପ୍ରକୋପ ନଥିଲେ ମଧ୍ୟ ଆଗାମୀ ଦୁଇ ଦିନ ଧରି ରାଜ୍ୟର ବିଭିନ୍ନ ଅଂଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଜନସାଧାରଣ ସତର୍କ ରହିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା