Connect with us

ଓଡିଶା

ତଦନ୍ତ ଶେଷ କରି ଫରିଲା ବିଜେପି ପ୍ରତିନିଧି ଦଳ

ସାଙ୍କେତିକ ଚିତ୍ର

ତିତିିଲି କ୍ଷତିଗ୍ରସ୍ତ ଅଞ୍ଚଳର ସରଜମିନ ତଦନ୍ତ ଶେଷ କରି ଫରିଲା ବିଜେପି ପ୍ରତିନିଧି ଦଳ
“ଏବେ ବି ସ୍ଥିତି ସୁଧୁରିନି’
ଭୁବନେଶ୍ୱର,୨୮ା୧୧ : ସାମୁଦ୍ରିକ ଘୂର୍ଣ୍ଣିଝଡ ତିତଲି ରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳରେ ଏବେ ବି ସୁଧାର ଆସିନାହିଁ । ତିତଲି ପୀଡିତ ମାନେ ଏବେବି ଦୁସ୍ଥିତିରେ ରହିଛନ୍ତିି । ସମ୍ପୃକ୍ତ ଅଂଚଳରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବାପାଇଁ ୮୧୩ କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ରାଜ୍ୟ ସରକାର ଦେଇଥିବା ତଥ୍ୟ ଭୁଲ୍ । କେଉଁ କେଉଁ କାର୍ଯ୍ୟରେ ଏହି ଟଙ୍କା ଖର୍ଚ୍ଚ ହୋଇଛି ତାର ହିସାବ ସାଧାରଣରେ ପ୍ରକାଶ କରିବାପାଇଁ ବିଜେପି ଦାବି କରିଛି ।

ତିତଲି କ୍ଷତିଗ୍ରସ୍ତ ଅଂଚଳରେ ବାସ୍ତବ ସ୍ଥିତି ଅନୁଧ୍ୟାନ କରିବାପରେ ବିଜେପି ଟିମ୍ ର ନେତୃତ୍ୱ ନେଇଥିବା ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି ଯେ ଏବେ ବି ସେଠାରେ ରାସ୍ତାଘାଟ ମରାମତି ହୋଇନାହିଁ । ସ୍କୁଲ ଘରେ ପୀଡିତ ମାନେ ଆଶ୍ରୟ ନେଇଛନ୍ତି । ଉପୁଡି ପଡିଥିବା ବିଦ୍ୟୁତ୍ ଖୁଂଟ ମରାମତି ହୋଇନାହିଁ ।ଏତେ ଦିନ ପରେ ବି ପ୍ରଶାସନ ପୀଡିତଙ୍କ ପାଖରେ ପହଂଚିନାହିଁ । କ୍ଷତିଗ୍ରସ୍ତଙ୍କୁ ଘର କାମ ଆରମ୍ଭ ମଧ୍ୟ ହୋଇନାହିଁ । ସାହାଯ୍ୟ , ସହଯୋଗ ମଧ୍ୟ ପହଂଚୁନାହିଁ । ମୃତ ଗୃହ ପାଳିତ ପଶୁ ପକ୍ଷୀଙ୍କ ପାଇଁ କ୍ଷତିପୂରଣ ମଧ୍ୟ ମିଳିନାହିଁ । ଯେଉଁ ସାହାଯ୍ୟ ଦିଆଯାଇଛି ତାହା ରାଜନୈତିକ ଭିତିରେ ଦିଆଯାଇଛି । ସେଠାକାର ବାସ୍ତବ ସ୍ଥିତି ଜାଣିବା ପାଇଁ ମୁଖ୍ୟମନ୍ତ୍ରୀ ସେଠାକୁ ଯାଆନ୍ତୁ ।

ଲୋକେ ଯେଉଁ ଅବସ୍ଥାରେ ଅଛନ୍ତିି ତାହା ବର୍ଣ୍ଣନା କରିବା ସମ୍ଭବ ନୁହେଁ । ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧୀଦଳ ତିତିଲି ବାତ୍ୟା ଜନିତ କ୍ଷୟକ୍ଷତିର ଆକଳନ ଏବଂ ରିଲିଫ କାର୍ଯ୍ୟର ତଦାରଖ କରିବା ସହ ସରଜମିନ ତଦନ୍ତ କରି ଫେରିଛି ।  ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା