Connect with us

ଦେଶ

ଟ୍ରେନରେ କଟିଗଲେ ୪ ଗ୍ୟାଙ୍ଗମ୍ୟାନ୍

ସାଙ୍କେତିକ ଚିତ୍ର

ଟ୍ରେନରେ କଟିଗଲେ ୪ ଗ୍ୟାଙ୍ଗମ୍ୟାନ୍
ଲକ୍ଷନୌ ,୫ା୧୧ : ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାର ସାଣ୍ଡିଲା ଏବଂ ଉମରତାଲି ରେଳ ଷ୍ଟେସନ ମଝି ରେଳ ପଥରେ ସୋମବାର ଟ୍ରେନରେ କଟି ୪ଜଣ ଗ୍ୟାଙ୍ଗମ୍ୟାନଙ୍କ ମୃତ୍ୟୁ ଘଟିଛି । ଗ୍ୟାଙ୍ଗମ୍ୟାନମାନେ ରେଳ ଧାରଣା ମରାମତି କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଥିବା ଜାଣିବାକୁ ମିଳିଛି । ସୂଚନା ଅନୁସାରେ ସୋମବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ୪ଜଣ ଗ୍ୟାଙ୍ଗମ୍ୟାନ୍ ସାଣ୍ଡିଲା-ଉମରତାଲି ରେଳ ଧାରଣା ମରାମତି କରୁଥିଲେ । ସେହି ସମୟରେ ଏକ ଦ୍ରୁତଗାମୀ ରେଳ ତାଙ୍କ ଉପରେ ମାଡି ଯାଇଥିଲା ।

ଏହି ଘଟଣାରେ ରେଳ ବିଭାଗର ବଡ ଅବହେଳା ସାମ୍ନାକୁ ଆସିଛି । ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ରେଲୱେ ପୋଲିସ ଘଟଣା ସ୍ଥଳରେ ପହଞ୍ଚୀ ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ