Connect with us

ଦେଶ

ଜଷ୍ଟିସ ରଞ୍ଜନ ଗୋଗୋଇ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି l

ଜଷ୍ଟିସ ରଞ୍ଜନ ଗୋଗୋଇ ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି l

ଜଷ୍ଟିସ ରଞ୍ଜନ ଗୋଗୋଇ ପରବର୍ତ୍ତୀ ପ୍ରଧାନ ବିଚାରପତି
ନୂଆଦିଲ୍ଲୀ,୧୩ା୯ : ଜଷ୍ଟିସ ରଞ୍ଜନ ଗୋଗୋଇ ଭାରତର ପରବର୍ତୀ ପ୍ରଧାନ ବିଚାରପତି ହେବେ । ରାଷ୍ଟ୍ରପତି ତାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ବର୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅବସର ଗ୍ରହଣ ପରେ ଆସନ୍ତା ଅକ୍ଟୋବର ୩, ୨୦୧୮ରେ ଜଷ୍ଟିସ ଗୋଗୋଇ ନୂତନ କାର୍ଯ୍ୟଭାର ଗ୍ରହଣ କରିବେ । ନଭେମ୍ବର ୧୮, ୧୯୫୪ରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଗୋଗୋଇ ୧୯୭୮ରେ ଓକିଲାତି ଆରମ୍ଭ କରିଥିଲେ । ସେ ଗୌହାଟୀ ଉଚ୍ଚ ନ୍ୟାୟାଳୟରେ ସାମ୍ବିଧାନିକ ଆଇନ, ଟିକସ ଓ କମ୍ପାନୀ ବ୍ୟାପାର ଉପରେ ଆଇନ ପେଶା ଆରମ୍ଭ କରିଥିଲେ ।

ପ୍ରଥମ କରି ଜଷ୍ଟିସ ଗୋଗୋଇ ଫେବୃୟାରୀ ୨୮, ୨୦୦୧ରେ ଗୌହାଟୀ ଉଚ୍ଚ ନ୍ୟାୟାଳୟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ । ଏହାପରେ ସେ ସେପ୍ଟେମ୍ବର ୯, ୨୦୧୦ରେ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟକୁ ବଦଳି ହୋଇଥିଲେ । ଫେବୃୟାରୀ ୧୨, ୨୦୧୧ରେ ପଞ୍ଜାବ ଓ ହରିୟାଣା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ରୂପେ ନିଯୁକ୍ତି ପାଇ ପରବର୍ତି ସମୟରେ ଜଷ୍ଟିସ ଗୋଗୋଇ ଏପ୍ରିଲ ୨୩, ୨୦୧୨ରେ ସୁପ୍ରିମ କୋର୍ଟର ବିଚାରପତି ରୂପେ ଅବସ୍ଥାପିତ ହୋଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ