Connect with us

ଓଡିଶା

ଚାନ୍ଦା ପାଇଁ ଜୁଲୁମ ବା ଧମକ ଚମକ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ:- କମିସନରେଟ୍‌ ପୁଲିସ l

ଚାନ୍ଦା ପାଇଁ ଜୁଲୁମ ବା ଧମକ ଚମକ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ:- କମିସନରେଟ୍‌ ପୁଲିସ l

ଭୁବନେଶ୍ୱର: ଦିନ କେଇଟା ପରେ ଶ୍ରୀ ଗଣେଶ ପୂଜା । ଆଗକୁ ଆଗକୁ ବିଶ୍ୱକର୍ମା ପୂଜା , ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା , କାଳୀ ପୂଜା, କାର୍ତ୍ତିକେଶ୍ୱର ପୂଜା ଆଦି ବିଭିନ୍ନ ପର୍ବ ପାଇଁ ରାଜଧାନୀ ଉତ୍ସବମୁଖର ହେବା ସହିତ ବିଭିନ୍ନ କ୍ଲବ, ପୂଜାମଣ୍ଡପ, ଅନୁଷ୍ଠାନ ମଧ୍ୟରେ ପ୍ରତିଯୋଗିତା ଚାଲେ । ଏସବୁ ସଜ୍ଜ ସଜ୍ଜା ପାଇଁ ଅଧିକ ଅର୍ଥ ଆବଶ୍ୟକତା ଥିବାରୁ ଦୋକାନୀ, ବଡ଼ବଡ଼ ଅନୁଷ୍ଠାନ, ମଲ୍‌, ବସ୍‌, ଟ୍ରକ ମାଲିକଙ୍କଠାରୁ ଚାନ୍ଦା ଆଦାୟ କରାଯାଇଥାଏ। ଯଦି କେହି ଚାନ୍ଦା ନ ଦିଅନ୍ତି, ତାଙ୍କ ଉପରେ ବିଭିନ୍ନ ପ୍ରକାର ଜୁଲୁମ ବା ଧମକ ଚମକ ପ୍ରୟୋଗ କରାଯାଇଥାଏ ।

ଯଦି ଏଭଳି ଅଭିଯୋଗ କୌଣସି ଅନୁଷ୍ଠାନ କିମ୍ବା କ୍ଲବ ନାମରେ ଆସେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି କହିଛନ୍ତି । ତେବେ ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କମିସନରେଟ୍‌ ପୁଲିସ ଅଣ୍ଟା ଭିଡ଼ିଛି । ପୂଜା ସମୟରେ ଯେଭଳି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ, ସେଥିପାଇଁ ରାଜଧାନୀର ବିଭିନ୍ନ ଜନଗହଳି ସ୍ଥାନ, ଟ୍ରାଫିକ୍‌, ମନ୍ଦିର, ଚର୍ଚ୍ଚ ଆଦି ଧର୍ମାନୁଷ୍ଠାନରେ ବ୍ୟାପକ ପୁଲିସ ମୁତୟନ ପାଇଁ କମିସନରେଟ୍‌ ପୁଲିସ ଯୋଜନା କରିଛି। ଟ୍ରାଫିକ୍‌ ସମସ୍ୟା ନ ହେବା ପାଇଁ ପୂଜାମଣ୍ଡପ, କ୍ଲବଗୁଡ଼ିକ ପର୍ଯ୍ୟାପ୍ତ ସଂଖ୍ୟକ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି ।

ପୂଜା ସମୟରେ ଉଚ୍ଚ ସାଉଣ୍ଡ, ମେଲୋଡି, ଆତସବାଜୀ କାର୍ଯ୍ୟକ୍ରମ, ଶୋଭାଯାତ୍ରା ଉପରେ କଟକଣା ଲଗାଯାଇଛି। ଆବସିକ ଅଞ୍ଚଳରେ ଉଚ୍ଚ ଶବ୍ଦରେ ମାଇକ୍‌ ବା ବକ୍ସ ନ ବଜାଇବା, ନିର୍ଦ୍ଦିଷ୍ଟ ସମୟରେ ମେଲୋଡି କାର୍ଯ୍ୟକ୍ରମ ବନ୍ଦ କରିବା ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ କୁହାଯାଇଛି। ଜନଗହଳିପୂର୍ଣ୍ଣ ସ୍ଥାନରେ ଆତସବାଜୀ କାର୍ଯ୍ୟକ୍ରମ ନକରିବା, ଅଧିକ ଶବ୍ଦ ବିଶିଷ୍ଟ ବାଣ ନ ଫୁଟାଇବା, ଶୋଭାଯାତ୍ରା ସମୟରେ ମାରଣାସ୍ତ୍ର ବ୍ୟବହାର ଆଦି ଉପରେ କମିସନରେଟ୍‌ ପୁଲିସ କଟକଣା ଲଗାଇଛି।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା