Connect with us

ଓଡିଶା

ଗ୍ରାମ୍ୟ ରାସ୍ତା ନିର୍ମାଣରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜ୍ଞାପନ ମିଥ୍ୟା : କଂଗ୍ରେସ

ଗ୍ରାମ୍ୟ ରାସ୍ତା ନିର୍ମାଣରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜ୍ଞାପନ ମିଥ୍ୟା : କଂଗ୍ରେସ

ଗ୍ରାମ୍ୟ ରାସ୍ତା ନିର୍ମାଣରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିବା ବିଜ୍ଞାପନ ମିଥ୍ୟା : କଂଗ୍ରେସ
ଭୁବନେଶ୍ୱର :- କଥା ନୁହେଁ କଠିନ ପରିଶ୍ରମର ସ୍ଳୋଗାନ ଦେଉଥିବା ନବୀନ ବାବୁ ଓ ତାଙ୍କର ସରକାରକୁ ଘାରିଛି ବାହାସ୍ପୋଟର ବାହାବା ନେବାର ନିଶା । ନିର୍ବାଚନକୁ ଆଖିରେ ରଖି କୋଟି କୋଟି ଟଙ୍କା ସରକାରୀ ଅର୍ଥରେ ମିଥ୍ୟା ବିଜ୍ଞାପନ ଛପାଯାଉଛି । ରାଜ୍ୟ ସରକାର ଓ ନବୀନ ବାବୁ ବିଭ୍ରାନ୍ତିକର ବିଜ୍ଞାପନ ଜରିଆରେ ରାଜ୍ୟ ଓ ରାଜ୍ୟ ବାହାରେ ନିଜକୁ ଶ୍ରେଷ୍ଠ ଭାବେ ପ୍ରତିପାଦିତ କରିବା ପାଇଁ ଅପପ୍ରୟାସ ଚଳାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି ।

ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ କହିଛନ୍ତି ଯେ ଗତ ସେପ୍ଟେମ୍ବର ୧୭ ତାରିଖ ଦିନ ସୂଚନା ଓ ଲୋକସମ୍ପର୍କ ବିଭାଗ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବ୍ୟୟ ବହୁଳ ରଙ୍ଗୀନ ବିଜ୍ଞାପନ ଓଡ଼ିଆ ଓ ଇଂରାଜୀର ପ୍ରମୁଖ ଦୈନିକ ଖବରକାଗଜର ପ୍ରଥମ ପୃଷ୍ଠାରେ ପ୍ରକାଶ କରାଯାଇଥିଲା । ସମ୍ପୃକ୍ତ ବିଜ୍ଞାପନରେ ନବୀନ ବାବୁଙ୍କ ପକ୍ଷରୁ ଦାବୀ କରାଯାଇଛି ଯେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗ୍ରାମ୍ୟ ରାସ୍ତା ନିର୍ମାଣରେ ଓଡ଼ିଶା ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଛି । ଓଡ଼ିଶା ଶୀର୍ଷରେ ବୋଲି କହିବାକୁ ଯାଇ ସମ୍ପୃକ୍ତ ବିଜ୍ଞାପନରେ ବର୍ଷ ୨୦୧୭-୧୮ରେ ଓଡ଼ିଶା ମୋଟ ୭୧୭୬ କିଲୋମିଟର ଗ୍ରାମ୍ୟ ରାସ୍ତା ନିର୍ମାଣ କରି ନିକଟତମ ପ୍ରତିଦ୍ୱନ୍ଦୀ ରାଜ୍ୟ ବିହାର ଓ ମଧ୍ୟପ୍ରଦେଶକୁ ପଛରେ ପକାଇ ଦେଇଛି । ଅସଲରେ ନବୀନ ବାବୁ ସମ୍ପୁର୍ଣ୍ଣ ଭାବେ ମିଥ୍ୟା ତଥ୍ୟ ଦେଇଛନ୍ତି ।

ଚଳିତ ବିଧାନସଭା ଅଧିବେଶନରେ ଏକ ପ୍ରଶ୍ନର ଉତରରେ ଖୋଦ ବିଭାଗୀୟ ମନ୍ତ୍ରୀ ବିକ୍ରମ ଆରୁଖ ଗୃହକୁ ତଥ୍ୟ ଦେଇଛନ୍ତି ଯେ ବର୍ଷ ୨୦୧୭-୧୮ ରେ ପିଏମଜିଏସୱାଇରେ ରାଜ୍ୟ ସରକାର ମୋଟ ୧୫୮୧ଟି ରାସ୍ତା କାମରେ ସର୍ବମୋଟ ୫୩୭୨.୧୯ କିଲୋମିଟର ରାସ୍ତା ନିର୍ମାଣ କରିଛନ୍ତି । ଏଥି ମଧ୍ୟରେ ୫୨ଟି ପୋଲ କାମ ମଧ୍ୟ ରହିଛି । ଅର୍ଥାତ ନବୀନ ବାବୁ ବିଜ୍ଞାପନରେ ବାହାଦୁରୀ ନେବାପାଇଁ ପ୍ରାୟ ୨୦୦୦ କିଲୋମିଟର ଅଧିକ ରାସ୍ତା ନିର୍ମାଣର ମିଥ୍ୟା ତଥ୍ୟ ଦେଇଛନ୍ତି । କଂଗ୍ରେସ ପକ୍ଷରୁ ନବୀନଙ୍କୁ ପରାମର୍ଶ ସରକାରୀ ଅର୍ଥରେ ବାହାବା ନେବା ବନ୍ଦ କରନ୍ତୁ ଏବଂ ଦେଶରେ ସବୁଠୁ ଅଧିକ ମିଛ କହୁଥିବା ମୁଖ୍ୟମନ୍ତ୍ରୀ ଭାବେ ରେକର୍ଡ କରିବା ନିଶାରୁ ନିବୃତ ରୁହନ୍ତୁ ବୋଲି ଶ୍ରୀ ନାୟକ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା