Connect with us

ଓଡିଶା

ଗୃହରେ ଚାରା ଓ ସମବାୟ ଦୁର୍ନୀତି ତାତି l

ଗୃହରେ ଚାରା ଓ ସମବାୟ ଦୁର୍ନୀତି ତାତି l

ଗୃହରେ ଚାରା ଓ ସମବାୟ ଦୁର୍ନୀତି ତାତି
ଭୁବନେଶ୍ୱର,୧୨ା୯ : ଉଦ୍ୟାନ କୃଷି ବିଭାଗରେ ଚାରା ଏବଂ ସମବାୟ ବିଭାଗରେ ହୋଇଥିବା ବଡ ଧରଣର ଦୁର୍ନୀତିକୁ ନେଇ ବିଧାନସଭାରେ ପୁନର୍ବାର ବିରୋଧୀ ଦଳ ପକ୍ଷରୁ ହଟ୍ଟଗୋଳ ସୃଷ୍ଟି କରାଯାଇଥିଲା । ଫଳରେ ପ୍ରଶ୍ନୋତର ଓ ମୁଲତବୀ ପ୍ରସ୍ତାବ ଆଲୋଚନା କାର୍ଯ୍ୟକ୍ରମ ହୋଇପାରିନଥିଲା । ବାଚସ୍ପତିି ଗୃହକୁ ଏକାଧିକବାର ମୁଲତବୀ ରଖିଥିଲେ । ଏଥିରୁ ନିବୃତ ରହି ଗୃହ କାର୍ଯ୍ୟରେ ସହଯୋଗ କରିବା ପାଇଁ ସଭ୍ୟମାନଙ୍କୁ ଅନୁରୋଧ କରି ବିଫଳ ହୋଇଥିଲେ । ପ୍ରଥମ ଥରରେ ୧୦ଟା ୩୧ରୁ ୧୧ଟା ୩୦ ଏବଂ ଦ୍ୱିତୀୟ ଥରରେ ୧୧ଟା ୩୫ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ।

ବୁଧବାର ପୂର୍ବାହ୍ନ ୧୦ଟା ୩୦ରେ ଗୃହରେ ବାଚସ୍ପତି ଶ୍ରୀ ପ୍ରଦୀପ ଅମାତ୍ ପ୍ରଶ୍ନୋତର କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଗଲାବେଳେ କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ଓ ବିଜେପି ସଭ୍ୟ ରବି ନାଏକଙ୍କ ନେତୃତ୍ୱରେ ଉଭୟ ଦଳର ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିବା ସହିତ ସ୍ଲୋଗାନ ମାନ ଦେଇଥିଲେ । ସେମାନେ କହିଥିଲେ ଯେ, କୃଷି ମନ୍ତ୍ରୀ ଚାରା ଦୁର୍ନୀତି ହୋଇଥିବା ସ୍ୱୀକାର କରିଥିବା ବେଳେ ସମବାୟ ମନ୍ତ୍ରୀ ତାଙ୍କ ବିଭାଗରେ ଦୁର୍ନୀତି ସମ୍ପର୍କରେ ତଥ୍ୟ ଦେଲେ କାର୍ଯ୍ୟାନୁଷ୍ଠାନ ନିଯଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଉଭୟ ମନ୍ତ୍ରୀ ଦୁର୍ନୀତି ସମ୍ପର୍କରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେନେଇ ଗୃହରେ ବିବୃତି ନରଖିବା ପର୍ଯ୍ୟନ୍ତ ବିଧାନସଭାକୁ ଚଲାଇ ଦେବେ ନାହିଁ ବୋଲି କହିଥିଲେ l

ହଟ୍ଟଗୋଳ ସମୟରେ ଉଭୟ ଦଳର ସଦସ୍ୟମାନେ ପୋଡିୟମ୍ କୁ ବାଡେଇବା , ବାଚସ୍ପତିଙ୍କ ମାଇକ୍ ଛଡାଇନେବା , କଂଗ୍ରେସ ସଭ୍ୟ ଅଂଶୁମାନ ମହାନ୍ତି ଓ ଭୁଜବଳ ମାଝୀ ବାଚସ୍ପତିଙ୍କ ବାମପାଶ୍ୱର୍ ପାହାଚ ଦେଇ ପୋଡିୟମ୍ ଉପରକୁ ଉଠିଯିବାକୁ ଚେଷ୍ଟା କରିବା ଏବଂ ସୁରକ୍ଷାକର୍ମୀମାନେ ସେମାନଙ୍କୁ ବାଧା ଦେବାର ଦେଖିବାକୁ ମିଳିଥିଲା । ଏହି ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ଗୃହକୁ ୫୯ ମିନିଟ୍ ପାଇଁ ଗୃହକୁ ମୁଲତବୀ ରଖିଥିଲେ । ଏହାପରେ ଶୂନ୍ୟକାଳ ଆରମ୍ଭ ହେବା ମାତ୍ରେ ବିରୋଧୀଦଳ ସଦସ୍ୟମାନେ ନିଜର ଦାବି ଉପସ୍ଥାପନ କରି ପୁନର୍ବାର ହଟ୍ଟଗୋଳକୁ ଦୋହରାଇଥିଲେ ।

ଅନ୍ୟପକ୍ଷରେ ବାଚସ୍ପତି ଶାସକ ଦଳର ସଭ୍ୟ ଶ୍ରୀ ସଂଜୟ ଦାଶବର୍ମାଙ୍କୁ କହିବା ଅନୁମତି ଦେଇଥିଲେ । ଶ୍ରୀ ଦାଶବର୍ମା କହିବା ଆରମ୍ଭ କରିବାମାତ୍ରେ ବିରୋଧୀ ଦଳ ସଦସ୍ୟମାନେ ଏଥିରେ ଉତେଜିତ ହୋଇ ହୋହାଲ୍ଲା ଆରମ୍ଭ କରିଦେଇଥିଲେ । ବାଚସ୍ପତି ବାଧ୍ୟ ହୋଇ ଦ୍ୱିତୀୟ ଥର ପାଇଁ ଗୃହକୁ ଅପରାହହ୍ନ ୩ ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ରାଜ୍ୟର ଅନୁସୂଚିତ ଜାତି ଓ ଜନଜାତି ଅବହେଳିତ ,ରାଜ୍ୟ ସରକାର ନୀରବଦ୍ରଷ୍ଟା ନେଇ ବିରୋଧୀ ଦଳ ପକ୍ଷରୁ ଆସିଥିବା ମୁଲତବୀପ୍ରସ୍ତାବ ଆଲୋଚନା ହେବା ପାଇଁ କାର୍ଯ୍ୟସୂଚୀରେ ସ୍ଥାନିତ ହୋଇଥିଲେ ହେଁ ହଟ୍ଟଗୋଳ ଯୋଗୁଁ ତାହା ହୋଇପାରିନଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା