Connect with us

ଓଡିଶା

ଗୃହରେ ଅଚଳାବସ୍ଥା ଜାରି:- ମୁଲତବୀ ପରେ ମୁଲତବୀ l

ଗୃହରେ ଅଚଳାବସ୍ଥା ଜାରି:- ମୁଲତବୀ ପରେ ମୁଲତବୀ l

ଗୃହରେ ଅଚଳାବସ୍ଥା ଜାରି:- ମୁଲତବୀ ପରେ ମୁଲତବୀ
ଭୁବନେଶ୍ୱର,୧୧ା୯ : ତ୍ରୟୋଦଶ ଅଧିବେଶନର ଷଷ୍ଠ କାର୍ଯ୍ୟକାରୀ ଦିବସରେ ଆଜି ଗୃହରେ ବିଜେପି ଦଳ ପକ୍ଷରୁ ହଟ୍ଟଗୋଳ ସୃଷ୍ଟି କରାଯିବା ଫଳରେ ପ୍ରଶ୍ନତୋର କାର୍ଯ୍ୟକ୍ରମ ହୋଇପାରିନଥିଲା । ଏହି ଅଚଳାବସ୍ଥାକୁ ଏଡାଇବା ପାଇଁ ବାଚସ୍ପତି ପ୍ରଦୀପ କୁମାର ଅମାତ ଗୃହକୁ ପୂର୍ବାହ୍ନ ୧୦ଟା ୩୧ ମିନିଟ୍ ଠାରୁ ୧୧ଟା ୩୦ ମିନିଟ୍ ପର୍ଯ୍ୟନ୍ତ ୫୯ ମିନିଟ୍ ପାଇଁ ଗୃହକୁ ମୁଲତବି କରିଥିଲେ ।

ଅନ୍ୟପକ୍ଷରେ ଶୂନ୍ୟ କାଳ କାର୍ଯ୍ୟକ୍ରମ ସ୍ୱାଭାବିକ୍ ଭାବେ ଚାଲିଥିଲେ ହେଁ ରାଜ୍ୟର ଡିପ୍ଲୋମା ଇଞ୍ଜିନିୟର୍ସମାନେ ସମୂହ ଛୁଟି ନେବା ପାଇଁ ସରକାରଙ୍କୁ ନୋଟିସ୍ ଦେଇଥିବା ଘଟଣା ଉପରେ ଉଦବେଗ ପ୍ରକାଶ ପାଇଥିଲା । ଉଭୟ ଶାସକ ଓ ବିରୋଧି ଦଳର ସଦସ୍ୟ ମାନେ ରାଜ୍ୟର ବୃହତର ସ୍ୱାର୍ଥ ଦୃଷ୍ଟିରୁ ସେମାନଙ୍କର ସମସ୍ୟା ସମାଧାନ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ ବୋଲି ଦାବି କରିଥିଲେ ।
ଏହା ବ୍ୟତୀତ ଗୃହରେ ଉପସ୍ଥିତ ଥିବା ପୂର୍ତ ବିଭାଗ ମନ୍ତ୍ରୀ ଓ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ଇଞ୍ଜିନିୟରମାନଙ୍କ ସମସ୍ୟା ସମାଧାନ ନେଇ ଗୃହରେ ବିବୃତି ରଖିବା ପାଇଁ ମଧ୍ୟ ଦାବିରେ ଦର୍ଶାଇ ଥିଲେ । ଶାସକ ଓ ବିରୋଧି ଦଳର ବିଧାୟକମାନଙ୍କ ଦାବିକୁ ଗୁରୁତ୍ୱ ଦେଇ ଏ ଦିଗରେ ଦୃଷ୍ଟି ଦେବା ପାଇଁ ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ପୂର୍ବାହ୍ନ ସାଢ଼େ ୧୦ ଟାରେ ଗୃହର ବୈଠକ ଆରମ୍ଭ ହେବା କ୍ଷଣି ବିଜେପି ଦଳର ବିଧାୟକ ରବି ନାରାୟଣ ନାୟକଙ୍କ ନେତୃତ୍ୱରେ ଦଳର ଅନ୍ୟ ସଦସ୍ୟ ମାନେ ଗୃହର ମଧ୍ୟ ଭାଗକୁ ଚାଲିଆସି ପୋଡିୟମ୍ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନାରାବାଜି କରିଥିଲେ ।

ପୁଞ୍ଜି ନିବେଶ ନାମରେ ଆତ୍ମ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ବନ୍ଦ କର । ୯୭୦୦ କୋଟି ଟଙ୍କା ଅଟକଳରେ ନିର୍ମିତ ହେବାକୁ ଥିବା ଏନଟିପିସିର ତାଳଚେର ବିଦ୍ୟୁତ ପ୍ରକଳ୍ପକୁ ଅନୁମତି ଦେବା, କେନ୍ଦ୍ରୀୟ ଅର୍ଥରେ ବିଜୁଳି, ରାଷ୍ଟ୍ରୀୟ ରାଜମାର୍ଗ ଓ ରେଳ ଭିତିଭୂମି ବିକାଶରେ ବାଧା ସୃଷ୍ଟିକୁ ବନ୍ଦ କରିବା ନେଇ ସ୍ଲୋଗାନ୍ ଦେଇଥିଲେ । ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବି ଘୋଷଣା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା