Connect with us

ଦେଶ

ଗାନ୍ଧିନଗର ଆସନରୁ ଛିଡା ହେବେ ଅମିତ ଶାହା

ସାଙ୍କେତିକ

ଆଡଭାନୀଙ୍କ ଟିକେଟ କଟିଲା , ଗାନ୍ଧିନଗର ଆସନରୁ ଛିଡା ହେବେ ଅମିତ ଶାହା
ନୂଆଦିଲ୍ଲୀ : ଆଜି ବିଜେପି ନିଜର ପ୍ରଥମ ଦଫା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ଦଳ ପକ୍ଷରୁ ମୋଟ ୧୮୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତଥର ଭଳି ବାରାଣାସୀରୁ ନିର୍ବାଚନ ଲଢିବେ । କିନ୍ତୁ ସମସ୍ତଙ୍କ ଚର୍ଚ୍ଚାରେ ରହିଛି ଗାନ୍ଧୀନଗର ଆସନ । କାରଣ ଏହି ଆସନରୁ ବିଜେପିର ପୁରୁଖା ନେତା ଲାଲକୃଷ୍ଣ ଆଡଭାନୀଙ୍କ ବଦଳରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ନିର୍ବାଚନ ଲଢିବେ । ୯୧ ବର୍ଷୀୟ ଆଡଭାନୀଜୀ କ୍ରମାଗତଭାବେ ୬ ଥର ପାଇଁ ଗାନ୍ଧୀନଗର ଆସନରୁ ଜିତିଆସୁଥିଲେ । କିନ୍ତୁ ଏଥର ତାଙ୍କ ସ୍ଥାନରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ଏହି ଆସନରୁ ଛିଡା ହୁଅନ୍ତୁ ବୋଲି ଦଳରେ କେତେକ କର୍ମୀ ଦାବି କରୁଥିଲେ । ଆଜି ଆସିଥିବା ଦଳର ପ୍ରଥମ ତାଲିକାରେ ଆଡଭାନୀଙ୍କ ନାଁ ନାହିଁ । ଆଉ କିଛିଦିନ ପରେ ଆସିବାକୁ ଥିବା ୨ୟ ତାଲିକାରେ ମଧ୍ୟ ଆଡଭାନୀଙ୍କ ନାଁ ଆସିବା ସମ୍ଭାବନା କମ । ଏଣୁ ନିର୍ବାଚନ ରାଜନୀତିରେ ତାଙ୍କର କ୍ୟାରିୟର ସମାପ୍ତ ହେଲାବୋଲି ଅନୁମାନ କରାଯାଉଛି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ